ବହୁଦିନ ହେବ କୁଣ୍ଡାଇ ହେଉଥିଲା କାନ, ଡାକ୍ତର ଦେଖାଇବାରୁ ଉଡିଗଲା ହୋସ୍

ବହୁଦିନ ହେବ କୁଣ୍ଡାଇ ହେଉଥିଲା କାନ, ଡାକ୍ତର ଦେଖାଇବାରୁ ଉଡିଗଲା ହୋସ୍

ବିଶେଷ ଖବର

ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ଚେକଅପ୍ କରାଇଲେ । କିନ୍ତୁ ଚେକଅପ୍ ପରେ ଯାହା ଦେଖିବାକୁ ମିଳିଥିଲା, ତାହା ଶୁଣି ଆପଣଙ୍କର ହୋସ୍ ଉଡିଯିବ । ସେହି ବ୍ୟକ୍ତଙ୍କ କାନରେ ଅସରପା ନିଜ ପରିବାର ସହ ରହୁଥିବାର ଦେଖିବାକୁ ମିଳିଥିଲା । ଏହି ଆଶ୍ଚର୍ଯ୍ୟକର ଘଟଣା ଚୀନର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ଘଟିଛି । ତେବେ ଏହି ଅଞ୍ଚଳରେ ୨୪ ବର୍ଷିୟା ଜଣେ ଯୁବକଙ୍କ କାନରେ ବହୁତ ଯନ୍ତ୍ରଣା ହେଉଥିଲା । ଯନ୍ତ୍ରଣା ଦୂରେଇବା ପାଇଁ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା । ଡାକ୍ତର ଯାଞ୍ଚ କରି ତାଙ୍କ କାନରୁ ୧୦ରୁ ଅଧିକ ଅସରପା ବାହାର କରିଥିଲେ । ଏହା ବ୍ୟତିତ ଏକ ବଡ ଅସରପା ମଧ୍ୟ କାନରୁ ବାହାର କରିଥିଲେ ଡାକ୍ତର, ଯେ କି ସମସ୍ତ ଅସରପାର ମା ବୋଲି କୁହାଯାଉଛି । କିନ୍ତୁ କେବେଠାରୁ ଅସରପା ବ୍ୟକ୍ତଙ୍କ କାନରେ ରହିଆସୁଥିଲା, ତାହା ଜଣାପଡୁନାହିଁ ବୋଲି ଡାକ୍ତର କହିଛନ୍ତି । ବ୍ୟକ୍ତିର କାନକୁ ଅସରପାମାନେ ବହୁ କ୍ଷତି ପହଞ୍ଚାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ସେହି ବ୍ୟକ୍ତି ଜଣକ ନିଜ ବେଡ୍ ପାଖରେ ଖାଦ୍ୟ ଖାଉଥିଲା ଓ ବଳକା ଖାଦ୍ୟ ମଧ୍ୟ ସେଠାରେ ଛାଡି ଦେଉଥିଲା । ଯାହାକୁ ଅସରପା ଖାଇବା ସହ ବ୍ୟାକ୍ତଙ୍କ କାନରେ ଆସି ବଂଶ ବିସ୍ତାର କରିବାରେ ଲାଗିଥିଲା ।

Powered by Froala Editor