
ମେଷ: ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ । ଅଧିକାରୀଙ୍କ ସହଯୋଗ ଉତ୍ସାହ ବଢ଼ାଇବ । ଗଳ୍ପ କବିତା ଆଦିରେ ମହିଳାଙ୍କ ରୁଚି ବଢ଼ିବ ।
ବୃଷ: କ୍ୟାରିୟର ଲାଗି ଦିନଟି ବହୁତ ଭଲ । ଅଫିସରେ ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ଉନ୍ନତି ହେବ । ସମ୍ପର୍କରେ ନିବିଡ଼ତା ଆସିବ ।
ମିଥୁନ: ଠାକୁର ପୂଜାରେ ସମୟ ବିତିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ । ପ୍ରେମ ଜୀବନ ଭଲ ରହିବ ।
କର୍କଟ: ଆପଣ ନିଜ ଉପରେ ନିୟନ୍ତ୍ରଣ ରଖିବା ଦରକାର । କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ । ଛାତ୍ରଙ୍କୁ ଖୁସି ଖବର ମିଳିବ ।
ସି˚ହ: ସାମାଜିକ କାର୍ଯ୍ୟରେ ଆପଣଙ୍କ ମନ ଲାଗି ରହିବ । ବଡ଼ଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ । ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।
କନ୍ୟା: ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ । ବନ୍ଧୁ ସହିତ ମିଶିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ବ୍ୟବସାୟରେ ବଡ଼ ଲୋକଙ୍କ ସହିତ ସାକ୍ଷାତ ହେବ ।
ତୁଳା: ଆଖପାଖର ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ । ନୂଆ କାମରେ ସଫଳତା ପାଇବେ । ଧର୍ମ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ ।
ବିଛା: ଭାବିଥିବା କାମ ପୂରା ହେବ । କାହା ସହିତ ବିବାଦ କରନ୍ତୁ ନାହିଁ । ଘରକୁ କୌଣସି ବନ୍ଧୁ ଆସିବେ । ନୂଆ ଘର କିଣିବା ଲାଗି ଯୋଜନା କରିବେ ।
ଧନୁ: କାମ ପୂରା କରିବା ଲାଗି ପରିବାର ଲୋକଙ୍କ ସହଯୋଗ ପାଇବେ । ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ । ସହପାଠୀ ଆପଣଙ୍କ ସାହାଯ୍ୟ ଲୋଡ଼ିବେ ।
ମକର: ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ । ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ । ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ହେବେ ।

କୁମ୍ଭ: ଖୋଦ୍କୁ ଶକ୍ତିବାନ ଅନୁଭବ କରିବେ । କଳାତ୍ମକ କାର୍ଯ୍ୟରେ ସମୟ ଦେବେ । ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ ।
ମୀନ: ନୂଆ କାମର ଯୋଜନା ତିଆରି କରିପାରନ୍ତି । କାହାରି ସହିତ ତର୍କ କରନ୍ତୁ ନାହିଁ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ ।
Powered by Froala Editor
