ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ..

ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ..

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଦୈନନ୍ଦିନ ଜୀବନରେ ଅଫିସରେ ବେଶୀ ଟାଇମ ବସିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ ପିଠି ଯନ୍ତ୍ରଣା ହୋଇଥାଏ । ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାନ୍ତି । ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍‌ କିଲର୍‌ ବ୍ୟବହାର କରିଥାନ୍ତି । ମାତ୍ର ବିନା ଔଷଧରେ କେତେକ ଘରୋଇ ଉପାୟରେ ପିଠି ଯନ୍ତ୍ରଣା ସହଜରେ ଦୂର ହୋଇପାରିଥାଏ । ସେଗୁଡିକ ହେଉଛି ..

* ଯନ୍ତ୍ରଣା ହେଉଥିବା ସ୍ଥାନରେ ସୈନ୍ଧବ ଲବଣକୁ ଏକ କନାପୁଡ଼ିଆରେ ବାନ୍ଧି ଉଷୁମ କରି ସେକ ଦେଲେ କିଛି ସମୟ ମଧ୍ୟରେ ଏଥିରୁ ମୁକ୍ତି ମିଳିଥାଏ ।

* ସେହିପରି ଉଷୁମ ପାଣି ସେକ ଏବଂ ବରଫ ଲଗାଇଲେ ମଧ୍ୟ ସୁଫଳ ମିଳେ । 

* ଯନ୍ତ୍ରଣା ହେଉଥିବା ସ୍ଥାନରେ ରସୁଣ ଫୁଟା ଉଷୁମ ତେଲ ମାଲିସ କଲେ କିଛି ସମୟ ମଧ୍ୟରେ ଆରାମ ଲାଗିଥାଏ ।

* ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଏଭଳି ସମସ୍ୟା ହୋଇ ନ ଥାଏ ବୋଲି ଚିକିତ୍ସକମାନେ ପରାମର୍ଶ କହିଥାନ୍ତି ।

Powered by Froala Editor