ମହାପ୍ରଭୁଙ୍କ ଘୋଷଯାତ୍ରା : ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଟଣା

ମହାପ୍ରଭୁଙ୍କ ଘୋଷଯାତ୍ରା : ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଟଣା

ରାଜ୍ୟ ଖବର

ପୁରୀ : ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥ ଟଣା । ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ।  ତାଳଧ୍ଵଜ ପଛେ ପଛେ ଆସୁଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ।  ମାଉସୀ ମା ଘର ଅଭିମୁଖେ ବାହାରିଲେ ତିନି ଠାକୁର। କୋଭିଡ୍ କଟକଣା କାରଣରୁ ପୂର୍ବ ବର୍ଷ ପରି ମଧ୍ୟ ଚଳିତ ବର୍ଷ ମହାପ୍ରଭୁଙ୍କ ଦିବ୍ୟ ସେବାରୁ ବଞ୍ଚିତ ରହିଲେ ଭକ୍ତ । ସେବାୟତମାନଙ୍କ ଦ୍ଵାରା ରଥ ଟଣା ହେଉଛି । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି ।
ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି କାଳିଆ ଠାକୁର ।  ତେବେ କରୋନା କଟକଣା ମଧ୍ୟରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ।

Powered by Froala Editor