ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗିଛି କି ? ଆପଣାନ୍ତୁ ଏହି ସବୁ ଉପାୟ ତୁରନ୍ତ ଛାଡିବ ଦାଗ

ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗିଛି କି ? ଆପଣାନ୍ତୁ ଏହି ସବୁ ଉପାୟ ତୁରନ୍ତ ଛାଡିବ ଦାଗ

ଜାଣିବା କଥା

ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗି ଗଲେ ଆମ ମନ ଭାରି ଦୁଃଖ ହୁଏ ।  ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ ।  ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ ।  ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମ ପାଖରେ କିଛି ଚମତ୍କାରୀ ଟିପ୍ସ ଅଛି, ଯାହା କପଡ଼ାରେ ଲାଗିଥିବା ରଙ୍ଗ ବା ଦାଗକୁ ବହୁତ ସହଜରେ ଛଡ଼ାଇଦେବ ।  ଆସନ୍ତୁ ଜାଣିବା ସେସବୁ ଉପାୟ ଗୁଡ଼ିକ ବିଷୟରେ ।  ହେଲେ ମନେ ରଖନ୍ତୁ ଦାଗ ଛଡ଼ାଇବା ପାଇଁ କେବେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ    ଗରମ ପାଣିରେ ଦାଗ ଛାଡ଼େ ନାହିଁ। ବରଂ ପୋଷାକଟି ଅଧିକ ନଷ୍ଟ ହୋଇଯାଇପାରେ । 

ମାଟି ଦାଗ :  ଯଦି କପଡ଼ାରେ ମାଟି ଦାଗ ଲାଗି ସୁଖି ଯାଇଛି, ତା’ହେଲେ ସର୍ଫ ସହ ପାଣି ମିଶାଇ ବହଳିଆ ପେଷ୍ଟ୍ ତିଆରି କରନ୍ତୁ । ସେହି ପେଷ୍ଟକୁ ଦାଗ ଉପରେ ଲଗାଇ ୫ରୁ ୭ମିନିଟ ଘଷନ୍ତୁ । ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଦେଖିବେ ଦାଗ ଛାଡ଼ିଯିବ ।

ଚାହା ଦାଗ: ଆମେ ଚାହା ପିଇବା ସମୟରେ ବେଳେ ବେଳେ କପଡ଼ାରେ ତାହା ପଡ଼ି ଦାଗ ହୋଇଯାଏ । ଏହି ଦାଗ ଛଡ଼ାଇବା ପାଇଁ କପଡ଼ାକୁ ପାଣିରେ ଭିଜାଇ ସେଥିରେ ବେକିଂ ପାଉଡର ପକାଇ ଘଷନ୍ତୁ ।  ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।  ଏହା ସହ ଟୁଥ୍‌ପେଷ୍ଟ ସାହାଯ୍ୟରେ ଚାହା ଦାଗ ଛାଡ଼ିଯାଏ ।  ଟୁଥ୍‌ପେଷ୍ଟକୁ ଦାଗ ଲାଗିଥିବା ଜାଗାରେ ୧୫ରୁ ୨୦ ମିନିଟ ଲଗାଇ ଘଷିଲେ ଦାଗ ଛାଡ଼ିଯାଏ ।   

ଝାଳ ଦାଗ: ବାରମ୍ବାର ଝାଳ ବାହାରିବା ଦ୍ୱାରା ଧଳା ଡ୍ରେସ୍‌ରେ ଦାଗ ପଡ଼ିଯାଏ ।  ଆଉ ଅଧିକ ଦିନ ରହିଗଲେ ସେହି ଦାଗ ସହଜରେ ଛାଡ଼େ ନାହିଁ ।  ଏହି ଦାଗ ଛଡ଼ାଇବା ପାଇଁ ବେକିଂ ସୋଡ଼ା ଓ ହାଇଡ୍ରୋଜେନ ପେରକସାଇଡ୍‌କୁ ସମାନ ମାତ୍ରରେ ପାଣିରେ ମିଶାଇ ମିଶ୍ରଣ ତିଆରି କରନ୍ତୁ ।  ଏହି ପେଷ୍ଟକୁ ଦାଗ ଉପରେ ଲଗାଇ କିଛି ସମୟ ଘଷନ୍ତୁ ।  ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଦାଗ ଛାଡ଼ିଯିବ ।  

ଲିପ୍‌ଷ୍ଟିକ୍ ଦାଗ: ଲିପ୍‌ଷ୍ଟିକ୍ ଦାଗ ଛଡ଼ାଇବା ପାଇଁ ସ୍ପିରିଟ୍‌ରେ ଭିନେଗାର ମିଶାଇ ଦାଗ ଲାଗିଥିବା ସମୟରେ ଲଗାନ୍ତୁ ଓ କିଛି ସମୟ ଘଷନ୍ତୁ ।  ତା’ପରେ ଉଷୁମ ପାଣିରେ ସର୍ଫ ମିଶାଇ ଧୋଇ ଦିଅନ୍ତୁ ।  ଦୁଇ ତିନି ଥର ଏପରି କରିବା ପରେ ଦାଗ ଛାଡ଼ିଯାଏ ।

ଜଙ୍କ୍ ଦାଗ: ଏହି ଦାଗ ଦୂର କରିବା ପାଇଁ ଲେମ୍ବୁ ରସକୁ ସିଧାସଳଖ ଦାଗ ଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ ଯାଏ ଖରାରେ ଶୁଖାଇ ଦିଅନ୍ତୁ ।  ପରେ ତାକୁ ସର୍ଫରେ ଧୋଇ ସୁଖାଇ ଦିଅନ୍ତୁ ।  ଦେଖିବେ ଦାଗ କେମିତି ଗାଏବ ହୋଇଯିବ । 

ହଳଦୀ ଦାଗ: ଏହି ଦାଗ ଲାଗିଥିବା କପଡ଼ାରେ ବେସନ ଲଗାଇ କିଛି ସମୟ ରଖନ୍ତୁ । ପରେ କାପଡ଼ାକୁ ଖରାରେ ଶୁଖାଇ ଦେବେ । 



Powered by Froala Editor