ସିଝା ଅଣ୍ଡା ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି, ଖାଇବା ପୂର୍ବରୁ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ ନଚେତ୍ ଅକାଳରେ ଚାଲିଯାଇପାରେ ଜୀବନ

ସିଝା ଅଣ୍ଡା ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି, ଖାଇବା ପୂର୍ବରୁ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ ନଚେତ୍ ଅକାଳରେ ଚାଲିଯାଇପାରେ ଜୀବନ

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଅଣ୍ଡା ଖାଇବା କିଛି ଲୋକଙ୍କ ଦୂର୍ବଳତା ଥାଏ । କିଛି ଡିସ୍ ବିନା ମଧ୍ୟ ଲୋକଙ୍କୁ ସିଝା ଅଣ୍ଡା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଏଥିରେ ସ୍ୱାସ୍ଥ୍ୟକୁ ଲାଭ ମିଳୁଛି କ୍ଷତି ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଆଜି ଆମେ ସିଝାଅଣ୍ଡା ଦେହ ପ୍ରତି କ୍ଷତିକାରକ କି ଲାଭଦାୟକ ଜାଣିବା ।

୧ . ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ ଅଣ୍ଡାର ହଳଦିଆ ଅଂଶରେ କ୍ୟାଲସିୟମ୍ ,ଆଇରନ୍ ,ଜିନ୍ , ଫସପରସ୍ ,ଭିଟାମିନ୍ ବି-୬, ଭିଟାମିନ୍ ବି-୧୨ ଏବଂ ପେଥୋନିକ୍ ଏସିଡ୍ ରହିଥାଏ । ଯଦି ଆପଣଙ୍କୁ ହୃଦଜନିତ ରୋଗ,ସୁଗାର୍ କିମ୍ବା ଉକ୍ତ ରକ୍ତଚାପ ଭଳି ସମସ୍ୟା ରହିଛି ତେବେ ଏହି ହଳଦିଆ ଅଂଶକୁ ଖାଆନ୍ତୁ ନାହିଁ । ଅଣ୍ଡା ଭାଜିବା ସମୟରେ କମ୍ ତେଲର ପ୍ରୟୋଗ କରନ୍ତୁ ଏବଂ ଦରସିଝା ଅଣ୍ଡା ଖାଇବା ଭୁଲ୍ କରନ୍ତୁ ନାହିଁ । ଏହାଦ୍ୱାରା ଫୁଡ୍ ପଏଜନିଂର ବିପଦ ଥାଏ । 

୨ . ଗୋଟିଏ ଦିନରେ ୧ କିମ୍ବା ୨ ଟି ଅଣ୍ଡା ଖାଆନ୍ତୁ । ଖାଦ୍ୟ ଲୋଭରେ ଅଧିକ ଅଣ୍ଡା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ଫଳରେ ଅଣ୍ଡା ଖାଇବା ଲାଭ ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । 

୩ . ଅଣ୍ଡା ଖାଇବା ପୂର୍ବରୁ ଏହା ଖରାପ କି ନୁହଁ ଭଲଭାବରେ ପରଖି ଖାଆନ୍ତୁ ନଚେତ୍ ମୁଣ୍ଡବ୍ୟଥା,ପେଟବ୍ୟଥା,ଡାଇରିଆ,ଜ୍ୱର ଭଳି ଅନେକ ଆଘାଂତିକ ରୋଗ ଦେଖାଯାଇପାରେ ।

୪ . ତେବେ ଅଣ୍ଡା କେବଳ ଘାତକ ନୁହଁ ସ୍ୱାସ୍ଥ୍ୟ ପାଇଁ ହିତକାରକ ମଧ୍ୟ ହୋଇଥାଏ । ଛୋଟପିଲାଙ୍କ ମସ୍ତିଷ୍କ ବିକଶିତ ହେବାରେ ଏହା ସାହାଯ୍ୟ କରେ । ଗର୍ଭବତୀ ମହିଳାଙ୍କ ମାଂସପେଶୀ ପାଇଁ ଅଣ୍ଡା ଖାଇବା ନିହାତି ଆବଶ୍ୟକ । ସ୍ତନ କର୍କଟକୁ ଦୂରେଇବାରେ ଅଣ୍ଡା ଲାଭଦାୟକ ହୋଇଥାଏ । କିନ୍ତୁ ମନେରଖନ୍ତୁ ଦିନରେ ଗୋଟିଏ ରୁ ଦୁଇଟି ହିଁ ଅଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ ଅଧିକ ଅଣ୍ଡାର ସେବନ ସ୍ୱାସ୍ଥ୍ୟ ପାଇଁ ଓଲଟା ପ୍ରଭାବ ପକାଇଥାଏ ।

Powered by Froala Editor