ଦାମ୍ପତ୍ୟ ଜୀବନରେ ଝଡ଼ ସହ ଲାଗି ରହୁଛି କି ଆର୍ଥିକ ସମସ୍ୟା, ଜାଣନ୍ତୁ କିପରି ପାଇବେ ମୁକ୍ତି

ଦାମ୍ପତ୍ୟ ଜୀବନରେ ଝଡ଼ ସହ ଲାଗି ରହୁଛି କି ଆର୍ଥିକ ସମସ୍ୟା, ଜାଣନ୍ତୁ କିପରି ପାଇବେ ମୁକ୍ତି

ବିଶେଷ ଖବର

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଥିବା ସମସ୍ତ ସାମଗ୍ରୀର ଏକ ଶକ୍ତି ଥାଏ, ଯାହା ଆମ ଉପରେ ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ପକାଇଥାଏ ।  ଘରେ ଥିବା ପ୍ରତିଟି ବସ୍ତୁର ସମ୍ପର୍କ ଘରେ ସୁଖଶାନ୍ତିର ବିରାଜମାନ ତଥା ଧନ ଆଗମନ ସହିତ ଥାଏ।ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଉଛି ତଥା ଆର୍ଥିକ ସମସ୍ୟା ଭୋଗୁଛନ୍ତି, ତେବେ ଘରେ ଏପରି କିଛି ଜିନିଷ ରଖନ୍ତୁ ଯାହାଦ୍ୱାରା ସବୁ ସମସ୍ୟା ଆପେ ଆପେ ଦୂରେଇ ଯିବ ।  ବାସ୍ତୁଶାସ୍ତ୍ରରେ ଚାନ୍ଦି ବା ରୁପାକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ ।  ବାସ୍ତୁ ଅନୁଯାୟୀ, ରୁପାରେ ନିର୍ମିତ ମୟୂର ଘରର ଆର୍ଥିକ ସମସ୍ୟା ଦୂର କରିଥାଏ ।  ଏହା ଦେବତାଙ୍କର ବହୁତ ପ୍ରିୟ ଅଟେ ।  ତେଣୁ ରୁପାର ମୟୂର ଘରେ ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।  ଏଥିସହ ଘରର ସବୁ ସମସ୍ୟା ଆପେ ଆପେ ଦୂରେଇ ଯାଇଥାଏ ।  

ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଛନ୍ଦି ହୋଇ ରହୁଛନ୍ତି ଓ ଯେତେ ଅର୍ଥ ରୋଜଗାର କଲେ ଵି ତାହା ବେଶି ଦିନ ରହି ପାରୁନି, ତା’ହେଲେ ଏପରି ସ୍ଥିତିରୁ ରୁପାର ମୟୁର ହିଁ ଆପଣଙ୍କୁ ମୁକୁଳାଇ ପାରିବ ।  ଏପରି ସ୍ଥିତିରେ ଆପଣ ଘରେ ରୁପାରେ ନିର୍ମିତ ମୟୂରର ଏପରି ଏକ ପ୍ରତିମୂର୍ତ୍ତି ରଖନ୍ତୁ, ଯାହାକି ନୃତ୍ୟ ମୁଦ୍ରାରେ ଥିବ। ଏହାଦ୍ୱାରା ଘରର ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ବେଳେ ବେଳେ ଅଚାନକ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୁଏ ।  ବିନା କୌଣସି ବଡ଼ କାରଣ ବିନା ପତିପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ।  ଏପରି ସମସ୍ୟା ଦେଖାଦେଲେ ଆପଣ ରୁପା ମୟୁର ଯୋଡ଼ା ବା ୨ଟି ରୁପା ମୟୂର ଘରେ ରଖିପାରିବେ ।  ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ପୁଣି ଥରେ ପ୍ରେମ ଆରମ୍ଭ ହୋଇଥାଏ ଓ ପରିବାରକୁ ଶାନ୍ତି ଫେରିଥାଏ ।

ଘରର ଡ୍ରଇଂ ରୁମରେ ଚାନ୍ଦିର ମୟୂର ରଖିଲେ ପରିବାର ସଦସ୍ୟଙ୍କ ଦୁର୍ଦ୍ଦଶା ଦୂର ହୋଇଥାଏ । 

ବିବାହିତା ନାରୀଙ୍କ ପାଇଁ ରୁପାର ମୟୂରକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ ।  ତେଣୁ ଯେଉଁ ବିବାହିତା ନାରୀ ଚାନ୍ଦିର ମୟୁର ସଦୃଶ ସିନ୍ଦୁର ଫରୁଆରେ ସିନ୍ଦୁର ରଖି ତାହାକୁ ପ୍ରତିଦିନ ନିଜ ସିନ୍ଥିରେ ଲଗାଇଥାନ୍ତି, ସେମାନେ ଅଖଣ୍ଡ ସୌଭାଗ୍ୟବତୀ ହୋଇଥା’ନ୍ତି ବୋଲି ବିଶ୍ୱାସ ରହିଛି । 

Powered by Froala Editor