ନଖକୁ ବହୁତ ସୁନ୍ଦର କରିବାକୁ ଚାହୁଁଛନ୍ତି କି ତାହାହେଲେ ଏହି ଉପାୟ ଅବଲମ୍ବନ କରନ୍ତୁ

ନଖକୁ ବହୁତ ସୁନ୍ଦର କରିବାକୁ ଚାହୁଁଛନ୍ତି କି ତାହାହେଲେ ଏହି ଉପାୟ ଅବଲମ୍ବନ କରନ୍ତୁ

ବିଶେଷ ଖବର

ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଆଉ ମଜବୁତ ରଖିବାକୁ ।  ଖାସ କରି ନାରୀ ମାନେ ନଖ ବଢ଼ିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି ।  ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା ।  ସେଥିପାଇଁ ପ୍ରଥମେ ଅଧ କପ ପାଣିକୁ ଗରମ କରି ସେଥିରେ ଦୁଇ ଚାମଚ ସାମ୍ପୋ, ଦୁଇ ବୁନ୍ଦା ଲେମ୍ବୁ ରସ, ଖାଇବା ଲୁଣ ଅଳ୍ପ ମାତ୍ରରେ ପକାଇ ସେଥିରେ ହାତକୁ ବୁଡ଼ାଇ ୫ ରୁ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବା । ପରେ ନଖକୁ ଭଲ ଭାବେ ମସାଜ କରି ହାତକୁ ଧୋଇଦେବେ । ଏହାଦ୍ବାରା ହାତ ଓ ନଖ ସଫା ରହିଥାଏ । ପରେ ଗୋଟିଏ ଆତ ଫଳ ଭିତର ଧଳା ଅଂଶକୁ ‌କାଢ଼ି ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ନଖରେ ସ୍କ୍ରବିଂ କରିବେ ।  ନଖକୁ ଭଲ ଭା‌ବେ ଧୋଇ ଦେବେ ।  ପରେ ଦୁଇ ଚାମଚ କଞ୍ଚା କ୍ଷୀରରେ ନଖକୁ ମସାଜ କରିବେ ।  ଏହାସହ ଗୋଟିଏ ଲେମ୍ବୁକୁ କାଟି ଦୁଇ ଫାଳ କରି ଲେମ୍ବୁ ଚେପାକୁ ନଖରେ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ସ୍କ୍ରବ କଲେ ।  ଏହା ନଖ ସଫା ରଖିଥାଏ ।  ଏବଂ ଏହି ସମସ୍ତ ପକ୍ରିୟାକୁ ପ୍ରତିଦିନ ଦୁଇ ଥର କରିବା ଜରୁରୀ ।  ଏହାଦ୍ବାରା ନଖ ବଢ଼ିବା ସହ, ନଖ ଫାଟିବନି, ନଖ ମରିବା ଭଳି ସମସ୍ୟା ହେବ ନାହିଁ । 

Powered by Froala Editor