ଭୁବନେଶ୍ଵର : କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରୁଥିବାବେଳେ ଟିକା ଅଭାବ ଏଥିରେ ବାଧକ ସାଜିଛି । ଟିକା ମିଳୁନଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଉଛି । ଏହି କ୍ରମରେ ଆଜି ମଧ୍ୟ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଥିବା ଜଣାଯାଇଛି ।
ତେବେ ଏହାରି ଭିତରେ ରାଜ୍ୟକୁ ଆସିଲା ୩୮ ହଜାର ଡୋଜ୍ କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ୍ କୋଭିସିଲ୍ଡ ଟିକା ଆସିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୪୯ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।
ସେପଟେ ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ ପାଇଁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ ବନ୍ଦ ରହିଛି । ମାତ୍ର ୯୭ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ହେଉଛି ।
Powered by Froala Editor
