ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନ ଯୁକ୍ତ ୩ ମହାବିଦ୍ୟାଳୟଗୁଡ଼ିକର ୟୁଜି (ସ୍ନାତକ) ଶେଷ ବର୍ଷ ତଥା ୬ଷ୍ଠ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଗଷ୍ଟ ୯ରୁ ଆରମ୍ଭ ହୋଇ ୧୨ରେ ଶେଷ ହେବ । ପ୍ରତିଦିନ ଏକାଧିକ ବିଷୟର ପରୀକ୍ଷା ହେବ । ପରୀକ୍ଷାର ଅବଧି ଦୁଇଘଣ୍ଟା ରଖାଯାଇଛି । ଅନଲାଇନରେ ହେବାକୁ ଥିବା ଏହି ପରୀକ୍ଷାର ସୁପରିଚାଳନା ଓ ତଦାରଖ ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଆଜି ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି । ପରୀକ୍ଷାର ୩୦ ମିନିଟ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କଲେଜଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । କଲେଜ କର୍ତୃପକ୍ଷ ତାହାକୁ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ । ନ ହେଲେ ପରୀକ୍ଷାର ୫ ମିନିଟ ପୂର୍ବରୁ ପରୀକ୍ଷାର୍ଥୀ ଙ୍ଗଙ୍ଗଙ୍ଗ.ଙ୍କଙ୍କରଜ୍ଞଗ୍ଦ.ସଦ୍ଭ ପୋର୍ଟାଲରେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପ୍ରଶ୍ନପତ୍ର ଡାଉନଲୋଡ କରିପାରିବେ । ପରୀକ୍ଷା ସରିବାର ୩୦ମିନିଟ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତାଗୁଡ଼ିକର ଫଟୋ ଉଠାଇ ତାହାର ପିଡିଏଫ ଫାଇଲ ପ୍ରସ୍ତୁତ କରି ସମ୍ପୃକ୍ତ କଲେଜର ଶିକ୍ଷକ ତଥା ବିଭାଗକୁ ଇ-ମେଲ /ହ୍ୱାଟସଆପ /ଗୁଗଲ ଫର୍ମରେ ପଠାଇବେ । ପ୍ରଶ୍ନପତ୍ର କିମ୍ବା ଅନ୍ୟ କୌଣସି ପ୍ରକାର ତ୍ରୁଟି ଥିଲେ, କଲେଜ କର୍ତୃପକ୍ଷ ତୁରନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବା ଆବଶ୍ୟକ । ନ ହେଲେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ କଲେଜଗୁଡ଼ିକ ଉତ୍ତର ଖାତାର ସଫ୍ଟକପିଗୁଡ଼ିକ ନିଜ ପାଖରେ ରଖିବେ । ଜୁଲାଇ ୩୧ ସୁଦ୍ଧା କଲେଜଗୁଡ଼ିକ ଇଣ୍ଟରନାଲ ଆସେସମେଣ୍ଟ, ପ୍ରୋଜେକ୍ଟ ପେପର ମାର୍କ ଅନଲାଇନରେ ଦାଖଲ କରିବାକୁ ପରୀକ୍ଷା ନିୟନ୍ତ୍ରକ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor
