ତିନି ରଥରେ ରହିଛି ସାମାନ୍ୟ ଫାଟ

ତିନି ରଥରେ ରହିଛି ସାମାନ୍ୟ ଫାଟ

ରାଜ୍ୟ ଖବର

 ପୁରୀ: ଆସନ୍ତା ୧୭ତାରିଖରେ ତିନିରଥର ଦକ୍ଷିଣି ମୋଡ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ ।  ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନିରଥରେ ରହିଛି ସାମାନ୍ୟ ଫାଟ ।  ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ ।  ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ ।  ଏହାକୁ ମରାମତି କରାଯାଉଛି ।  ଦଶମହାରଣା ଛଅଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି ।  ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି ।

Powered by Froala Editor