ତୈଳଦର ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ହସ୍ତାକ୍ଷର ଅଭିଯାନ

ତୈଳଦର ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ହସ୍ତାକ୍ଷର ଅଭିଯାନ

ରାଜ୍ୟ ଖବର

କଟକ : ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଆହ୍ଵାନ କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଲିଙ୍କରୋଡ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଦସ୍ତଖତ ଅଭିଯାନ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା   କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗରିବ ମାରଣା ନୀତି ଆଜି ଏହି ଦୁଃସମୟରେ ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣର ଲୋକମାନଙ୍କର ମେରୁଦଣ୍ଡ ଭଙ୍ଗିଦେଇଥିବା ବେଳେ, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ପ୍ରତିଦିନ ଯେପରି ଭାବରେ ବଢ଼ିଚାଲିଛି । କାଲି ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇ ଓଡ଼ିଶାରେ ପେଟ୍ରୋଲ ୧୦୨.୪୨ ପଇସା ଓ ଡିଜେଲ ୧୭ ପଇସା ମହଙ୍ଗା ହୋଇ ୯୮.୦୧ବପଇସାରେ ବିକ୍ରୀ ହେଉଅଛି ଏହାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସ କମିଟି ଏକ ଅଭିନବ ପ୍ରୟାସରେ ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରିଥିଲେ   କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରଯୁକ୍ତ ମାନସ ରଞ୍ଜନ ଚୌଧୁରୀ ପେଟ୍ରୋଲ ଲିଟର ପ୍ରତି ୮୦.୦୦ ଟଙ୍କାରେ  ବିକ୍ରୀ କରିଥିଲେ   ଯାହାକୁ ରାସ୍ତାରେ ଯାଉଥିବା ସଧାରଣ ଜନତା ଭୂୟସୀ ପ୍ରଶଂସା କରିବା ସହିତ , କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ଷନା କରିବା ସହିତ ଦସ୍ତଖତ କରି ମତାମତ ସାବ୍ୟସ୍ତ କରିଥଲେ   ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ କହିଥିଲେ  ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କୁମ୍ଭୀର କାନ୍ଦଣା ଦେଖେଇ ଲୋକମାନଙ୍କୁ ଭୁଆଁ ବୁଲେଇବାରେ ଲାଗିଛନ୍ତି   ଆଗକୁ ଆଉ ବରର୍ଦ।ସ୍ତ  କରାଯିବ ନାହିଁ   ଆମେ ଦାବୀ କରୁଛୁ ଉପା ସରକାର ସମୟରେ ଯାହା ପେଟ୍ରୋଲ ଡ଼ିଜେଲ ଦର୍ ଥିଲା ସେହି ସ୍ତରକୁ ଅନାଯାଇ   ଦରଦାମ ବୃଦ୍ଧିକୁ କମ କରାଯାଉ , ନହେଲେ ଆଗାମୀଦିନରେ ପ୍ରତ୍ୟେକ ଜିଲ୍ଲା , ପଞ୍ଚାୟତ ସ୍ତରରେ ବିକ୍ଷୋଭ କରାଯିବ   ଏହି କାର୍ଯ୍ୟକ୍ରମରେ ଡକ୍ଟର ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର , ରବି ମଲ୍ଲିକ , ଜଗଦୀଶ ମହାନ୍ତି, ଶୋଭା ସିଂହ , ପ୍ରୀୟଜୀତ ରାୟ , ସୌମେନ୍ଦ୍ର ହାତୀ,ରାଜଶେଖର ସ୍ୱାଇଁ , ଶିଶିର କୁମାର ରଥ, ମନୋଜ ବିଶ୍ବାଳ , ଡକ୍ଟର ବିପ୍ଲବ ସିଲାଡ଼ିତ୍ୟ (ସଧାରଣ ସମ୍ପାଦକ ଯୁବ କଂଗ୍ରେସ), ଦୀପକ ମହାନ୍ତି (କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି) , ସଚିଦାନନ୍ଦ ରାଉତ, ବୀରେନ ପଶାୟତ, ରାଜ ଶିକନ ସ୍ୱାଇଁ, ସଦାଶିବ ବାରିକ, ଅନିରୁଦ୍ଧ ଦାସ,ସକ୍ ଅନିଷ୍ କ୍ୟୁରେଶି, ନରେଶ ବେହେରା, ସତ୍ୟଜିତ ସେଠୀ, ଫିଜା ଆକ୍ତ।ର, ଅରିଜିତ ରାଉତରାୟ,, ଆଶିଷ ରାଉତ, ଅଭିରାମ ରାଉତ, ସାଗର ନାୟକ , ଜିନୁ ରାଉତ୍ , ଅବିଦ୍ ଖାନ ,ସୁମିତ ରାୟ ଙ୍କ ସହିତ ବହୁ କଂଗ୍ରେସ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ   

Powered by Froala Editor