ମାତ୍ର ୪୦% ପିଲାଙ୍କ ପାଖରେ ପହଁଚିଛି ଅନଲାଇନ ଶିକ୍ଷା

ମାତ୍ର ୪୦% ପିଲାଙ୍କ ପାଖରେ ପହଁଚିଛି ଅନଲାଇନ ଶିକ୍ଷା

ରାଜ୍ୟ

ଭୁବନେଶ୍ୱର : ଅବିଶ୍ୱାସ ହେଲେ ବି ସତ୍ୟ  । ଓଡ଼ିଶାରେ ଏବେବି ଅନଲାଇନ ଶିକ୍ଷା ଅପହଁଚ  । କରୋନା ସମୟରେ ଅନଲାଇନ ଶିକ୍ଷାଯେ, ସଂଖ୍ୟାଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଁଚି ପାରିନାହିିଁ, ଏକଥା ଅନ୍ୟ କେହି ନୁହେଁ ଖୋଦ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି  । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ବେଳେ ଏହାକୁ ସ୍ୱୀକାର କରିଛନ୍ତି  । ସେ କହିଛନ୍ତିଯେ, ମୋବାଇଲ ଓ ନେଟୱାର୍କ ନଥିବା କାରଣରୁ ସ୍କୁଲରେ ଦିଆଯାଉଥିବା ଅନଲାଇନ ଶିକ୍ଷା ମାତ୍ର ୪୦% ପିଲାଙ୍କ ପାଖରେ ପହଁଚି ପାରିଛି  । ଅର୍ଥାତ ୬୦ ଭାଗ ପିଲାଙ୍କ ପାଖରେ ଅନଲାଇନ ଶିକ୍ଷା ଆଦୌ ପହଁଚି ପାରିନାହିଁ  ।

ସେହିପରି କୋଭିଡ଼ କାରଣରୁ ଗତ ଶିକ୍ଷା ବର୍ଷରେ ଦେଢ଼ ଶହ ଦିନ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିନାହାନ୍ତି  । ଏହାକୁ ଗୁରୁତର ସହ ବିଚାରକୁ ନେଇ କୋଭିଡ଼ ଗାଇଡ଼ଲାଇନ ଭିତରେ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି  । ଅବଶ୍ୟ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ  । ସେମାନେ ନିଜ ବାପାମା’ ଓ ଅଭିଭାବକଙ୍କ ସହ ଆଲୋଚନା କରି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିପାରିବେ । ସେ ଯାହାହେଉନା କାହିଁକି ଅନଲାଇନ ଶିକ୍ଷାଯେ, ଓଡ଼ିଶାରେ ଅପହଁଚ ତାହା ନିଃସନେ୍ଦହରେ କୁହାଯାଇପାରେ  ।

Powered by Froala Editor