ରୋଷେଇ ଘର ଟିପ୍ସ

ରୋଷେଇ ଘର ଟିପ୍ସ

ହାଣ୍ଡିଶାଳ

ମହିଳାମାନେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ସେମାନେ ଅଧିକ ସୁଆଦିଆ ସହ ଶୀଘ୍ର ରୋଷେଇ କରିପାରିବେ ।

ପିଆଜ କଷୁଥିବା ବେଳେ ସେଥିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ, ଖୁବ ଶୀଘ୍ର ପିଆଜ କଷି ହୋଇଯିବ ।

ଡାଲି ଶୀଘ୍ର ସିଝାଇବାକୁ ତରତର ହେଉଥିଲେ, ପ୍ରେସର କୁକରରେ ଡାଲି, ଅଳ୍ପ ଲୁଣ, ହେଙ୍ଗୁ ଓ ଚିନି ମିଶାଇ ଚୁଲାରେ ବସାନ୍ତୁ । ଡାଲି ତୁନ୍ତ ସିଝିବା ସହ ବାସ୍ନା ମଧ୍ୟ ଭଲ ହୋଇଥାଏ ।

ସୁଆଦିଆ ପୁରି ନିମନ୍ତେ ଅଟା ଚକଟୁଥିବା ସମୟରେ ପାଣି ପରିବର୍ତ୍ତେ ଖିରର ବ୍ୟବହାର କରନ୍ତୁ । ଦେଖିବେ ପୁରୀ ଭଲଭାବେ ଫୁଲିବା ସହ ସ୍ୱାଦ ମଧ୍ୟ ଭଲ ହୋଇଥାଏ ।

ପରିବା ରାନ୍ଧିବା ସମୟରେ ଲୁଣ ଶେଷରେ ଉପଯୋଗ କରନ୍ତୁ । ନଚେତ୍ ଲୁଣ ଆରମ୍ଭରୁ ପକାଇଲେ ପରିବାର ପୋଷକ ତତ୍ତ୍ୱ କମ୍ ହୋଇଥାଏ ।

କଦଳୀକୁ ଅଧିକ ଦିନ ରଖିବାକୁ ଚାହୁଁଥିଲେ ଫି୍ରଜରେ ରଖନ୍ତୁ । ଯଦିଓ କଦଳୀର ଚୋପା କଳା ପଡ଼ିଯାଏ, କିନ୍ତୁ ଭିତର ଭାଗ ଠିକ୍ ରହିଥାଏ । ଫି୍ରଜରୁ ବାହାର କରିବାର ସଙ୍ଗେ ସଙ୍ଗେ ନ ଖାଇ କିଛି ସମୟ ପରେ କଦଳୀ ଖାଇବା ଉଚିତ ।

ଟମାଟୋ ପାଚିନଥିଲେ ଏକ ବ୍ରାଉନ ପେପର ବ୍ୟାଗ୍ରେ ପ୍ୟାକ୍ କରି ଘରର ଏକ କୋଣରେ ରଖିଦିଅନ୍ତୁ । ଦିନ କେଇଟାରେ ଟମାଟୋ ପାଚି ଯାଇଥାଏ ।

Powered by Froala Editor