ବହୁ ଯୁବକ ଯୁବତୀଙ୍କ ଇଚ୍ଛା ସେମାନେ ପ୍ରେମ ବିବାହ କରିବାକୁ । ନିଜ ପସନ୍ଦରେ ଜୀବନସାଥୀ ଚୟନ କରିବାକୁ। ଜୀବନସାଥୀ ଏପରି ହେଉ ଯେ କି ତାଙ୍କ ସୁଖଦୁଃଖରେ ସାଥି ହେବା ସହ ତାଙ୍କ ସମ୍ପର୍କରେ ମଧୁରତା ରହୁ, ସୁଖମୟ ହେଉ । ମାତ୍ର କେତେକ ସମୟରେ ଦେଖାଯାଇଥାଏ, ପ୍ରେମ ବିବାହରେ ବହୁ ବାଧା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ ଏହି ସମସ୍ୟାରୁ ଦୂର ହେବା ପାଇଁ କିଛି ସହଜ ସରଳ ଉପାୟ
– ଯେକୌଣସି ମାସରେ ଶୁକ୍ଳପକ୍ଷର ଗୁରୁବାରର ଏହି ଉପାୟ ଆରମ୍ଭ କରି ପାରିବେ ।
– ଗୁରୁବାର ଦିନ ମା’ଲକ୍ଷ୍ମୀ-ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋ ସମ୍ମୁଖରେ ପିନ୍ଧୁଥିବା ଅଥବା ସଜାଇବା ପାଇଁ ବ୍ୟବହୃତ ଫୁଲମାଳରେ ୩ ଥର ଏହି ମନ୍ତ୍ରକୁ ଜପ କରନ୍ତୁ ।
‘ଓଁ ଲକ୍ଷ୍ମୀ ନାରାୟଣାୟ ନମଃ’ ।
ଏହି ଉପାୟ ୩ ମାସ ପର୍ୟ୍ୟନ୍ତ ପାଳନ କରିବା ଉଚିତ । ପ୍ରତ୍ୟେକ ଗୁରୁବାର ମନ୍ଦିରରେ ଭୋଗ କରିବା ନିଜ ବିବାହରେ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ । ଏହାଦ୍ୱାରା ମନସ୍କାମନା ନିଶ୍ଚୟ ପୂରଣ ହେବ ।
Powered by Froala Editor
