କେମିତି ହେଲା ମହା ମୃତୁ୍ୟଞ୍ଜୟର ମନ୍ତ୍ରର ରଚନା ? ଜାଣିଲେ ଆପଣ ବେହୋସ୍ ହୋଇଯିବେ

କେମିତି ହେଲା ମହା ମୃତୁ୍ୟଞ୍ଜୟର ମନ୍ତ୍ରର ରଚନା ? ଜାଣିଲେ ଆପଣ ବେହୋସ୍ ହୋଇଯିବେ

ସଂସ୍କୃତି

ମହାମୃତୁ୍ୟଞ୍ଜୟ ମନ୍ତ୍ରକୁ ଜପ କରିବା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ ବୋଲି କୁହାଯାଏ । ଏହି ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କୁ ଯମ ରାଜା କଷ୍ଟ ଦିଅନ୍ତି ନାହିଁ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏହି ମନ୍ତ୍ର କିପରି ଉପôତ୍ତି ହେଲା ସମସ୍ତେ ଜାଣନ୍ତି ନାହିଁ । ପୌରାଣିକ କଥା ଅନୁସାରେ ଶିବ ଭକ୍ତ ଋଷି ମୃକଣ୍ଡ ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କ କଠୋର ତପସ୍ୟା କଲେ । ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ବର ଦେଲେ । ମାତ୍ର ମହାଦେବ ଋଷିଙ୍କୁ କହିଲେ ଯେ ପୁତ୍ର ଅଳ୍ପାୟୁ ହେବ । କିଛି ସମୟ ପରେ ଋଷି ପୁତ୍ର ପ୍ରାପ୍ତ କଲେ । ହେଲେ ପୁତ୍ରର ବୟସ ମାତ୍ର ୧୬ ବର୍ଷ ହେବା ଜାଣିବା ପରେ ଋଷି ମୃକଣ୍ଡ ବିଷାଦ ହୋଇଗଲେ । ଏହା ଦେଖି ଯେତେବେଳେ ଋଷିଙ୍କ ପତ୍ନୀ ଦୁଃଖର କାରଣ ପଚାରିଲେ, ଋଷି ପତ୍ନୀଙ୍କ ଆଗରେ ସବୁ କଥା କହିଲେ । ଏହା ଶୁଣି ପତ୍ନୀ କହିଲେ ଯଦି ମହାଦେବଙ୍କ କୃପା ହୁଏ ତେବେ ଏହି ବିଧାନ ମଧ୍ୟ ବଦଳି ଯିବ । ଋଷି ନିଜ ପୁଅର ନାମ ଋଷି ମାର୍କେଣ୍ଡେୟ ରଖିଲେ ଓ ତାଙ୍କୁ ଶିବ ମନ୍ତ୍ର ଦେଲେ । ମାର୍କେଣ୍ଡେୟ ଶିବ ଭକ୍ତିରେ ଲୀନ ରହୁଥିଲେ । ଯେତେବେଳେ ମୃତୁ୍ୟ ସମୟ ନିକଟ ହେଲା ଋଷି ପୁତ୍ରକୁ ସବୁ କହିଲେ ଓ ଶିବଙ୍କ ଆରାଧନା କଲେ ଏଥିରୁ ମୁକ୍ତି ମିଳିବ ବୋଲି କହିଲେ । ମାତା ପିତାଙ୍କ ଦୁଃଖ ଦୂର କରିବା ପାଇଁ ମାର୍କେଣ୍ଡେୟ ଦୀର୍ଘ ଆୟୂ ନିମନ୍ତେ ମହାଦେବଙ୍କ ଆରାଧନା ଆରମ୍ଭ କଲେ । ସେ ଏହି ବରଦାନ ପାଇବା ପାଇଁ ଶିବଙ୍କୁ ଆରାଧନା କରିବା ପାଇଁ ମହାମୃତୁ୍ୟଞ୍ଜୟ ମନ୍ତ୍ର ରଚନା କଲେ । ସେ ମହାଦେବଙ୍କ ମନ୍ଦିରରେ ବସି ଏହି ମନ୍ତ୍ରର ଅଖଣ୍ଡ ପାଠ କଲେ । ଏହି ମନ୍ତ୍ରଟି ହେଉଛି “ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ । ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍” । ତାଙ୍କ ସମୟ ସମାପ୍ତ ହେବା ପୂର୍ବରୁ ଯମଦୂତ ମାନେ ଆସିଲେ ହେଲେ ତାଙ୍କୁ ଶିବଙ୍କ ତପସ୍ୟାରେ ଲୀନ ଥିବା ଦେଖି ଫେରିଗଲେ । ପରେ ତାଙ୍କ ପ୍ରାଣ ନେବାକୁ ସ୍ୱୟଂ ଯମଦେବ ଆସିଲେ, ଯମରାଜା ମାର୍କଣ୍ଡେୟଙ୍କ ଉପରକୁ ତାଙ୍କ ଫାଶ ଫିଙ୍ଗିଲେ, କିନ୍ତୁ ମାର୍କେଣ୍ଡୟ ଶିବଜୀଙ୍କ ଲିଙ୍ଗ ଧରି ପଡିରହିଲେ, ତେଣୁ ଫାଶ ଯାଇ ମହାଦେବଙ୍କ ଉପରେ ପଡିଲା । ଏହା ଦ୍ୱାରା ମହାଦେବ କ୍ରୋଧିତ ହେଲେ । ଯମଙ୍କ କବଳରୁ ମାର୍କେଣ୍ଡେୟଙ୍କୁ ରକ୍ଷା କରିବାକୁ ମହାଦେବ ସେଠାରେ ପ୍ରକଟ ହେଲେ । ଯମରାଜା ଏହା ବିଧିର ନିୟମ ବୋଲି ମହାଦେବଙ୍କୁ ସ୍ମରଣ କରାଇଲେ । ସେତେବେଳେ ମହାଦେବ ମାର୍କେଣ୍ଡୟଙ୍କୁ ବର ପ୍ରଦାନ କରି ବିଧିର ନିୟମ ପରିବର୍ତ୍ତନ କଲେ । ଏଠାରୁ ହେଲା ମହାମୃତୁ୍ୟଞ୍ଜୟ ମନ୍ତ୍ରର ଉପôତ୍ତି ।    

Powered by Froala Editor