ଫିଟିକିରିରେ ରହିଛି ଔଷଧୀୟ ଗୁଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ଫିଟିକିରିରେ ରହିଛି ଔଷଧୀୟ ଗୁଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଫିଟ୍‌କିରିରେ ଅନେକ ଔଷଧୀୟ ଗୁଣ ଅଛି ।  ଏହା ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ ।  ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ ।  ଏହା ଶରୀରରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ବ୍ୟାକ୍ଟେରିଆଲ ପରି କାମ କରେ ।   ଏହାକୁ ଆମେ ଦୈନଦିନ ରୂପଚର୍ୟ୍ୟା ଲାଗି ବ୍ୟବହାର କରି ମଧ୍ୟ ପାଇପାରିବା ଅନେକ ଫାଇଦା ।   ଆଜି ଆମେ ଆପଣଙ୍କୁ ଫିଟିକିରିର ଏପରି କିଛି ବ୍ୟବହାର ବିଷୟରେ କହିବୁ ଯାହା ଆପଣଙ୍କର ଦୈନ୍ଦିନ ଜୀବନରେ ଆସୁଥିବା ଅନେକ ସମସ୍ୟା ଦୂର କରିବ ।  ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାରର କିଛି ଫାଇଦା ସମ୍ପର୍କରେ ।

୧) ଖରାଦିନେ  କିଛି ଲୋକ ଜୋତା ବାହାର କଲେ ତାଙ୍କ ପାଦରୁ  ଦୁର୍ଗନ୍ଧ ବାହାରିଥାଏ ।  କାରଣ ପାଦରେ ଥିବା ଜୀବାଣୁ ଝାଳ ସଂସ୍ପର୍ଷରେ ଆସି ଏପରି ଦୁର୍ଗନ୍ଧ ହୋଇଥାଏ ।  ଏଥିପାଇଁ ଏକ ଚାମଚ ଫିଟକିରି ପାଉଡରକୁ ଏକ ମଗ୍‌ ପାଣିରେ ପକାଇ ପାଦ ଧୁଅନ୍ତୁ । ­ କିଛିଦିନ ଭିତରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ । କାରଣ ଫିଟିକିରିରେ ଆଣ୍ଟି-ସେପ୍ଟଟିକ୍ ଗୁଣ ଥାଏ ।  ଯାହାକି ପାଦରେ ବଢ଼ୁଥିବା ଜୀବାଣୁକୁ ବଢ଼ିବାକୁ ଦିଏ ନାହିଁ ।
୨) ଚେହେରାରେ ଅଧିକ ଦାଗ ଥିଲେ ଫିଟ୍‌କିରି ଲଗାଇବା ଉଚିତ୍‌ ।  ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ଫିଟ୍‌କିରି ଲଗାଇଲେ ଦାଗ ସଫା ହେବା ସହ ତ୍ୱଚାରେ ଚମକ ମଧ୍ୟ ଫେରିଆସେ ।  ଏହି ପ୍ରକ୍ରିୟା କିଛି ଦିନ ଯାଏଁ ଲଗାତାର କଲେ ଆପଣ ପରିବର୍ତ୍ତନ ଅନୁଭବ କରି ପାରିବେ ।
୩) ଅନେକଙ୍କ ଚେହେରାରେ ବ୍ରଣ ସମସ୍ୟା ଦେଖାଯାଏ ।  ତେବେ ଏପରି ‍କ୍ଷେତ୍ରରେ ୨-୩ ସପ୍ତାହ ଯାଏଁ ଫିଟ୍‌କିରି ମୁହଁରେ ଘଷିଲେ ବ୍ରଣ ଉଠିବା ସମସ୍ୟାର ସମାଧାନ ହେବ ।
୪) ପାଦ ମୋଡ଼ି ହୋଇ ଗଲା ପରେ ଯଦି ଅଧିକ ଯନ୍ତ୍ରଣା ହୁଏ, ତାହାହେଲେ ଆପଣ ଏକ ଗ୍ଲାସ ଗରମ କ୍ଷୀରରେ ଅଳ୍ପ ଫିଟିକିରି ମିଶାଇ ପିଅନ୍ତୁ ।  ଏହା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ ।
୫) ସେଭିଂ ହେବା ପରେ ମୁହଁରେ ଫିଟିକିରି ଲଗାନ୍ତୁ ।  ଏହା ଦ୍ୱାରା ଜୀବାଣୁ ଓ ବ୍ୟାକ୍ଟେରିଆ ଚେହେରାର କୌଣସି କ୍ଷତି କରିପାରିବେ ନାହିଁ ।  ଯଦି ଆପଣଙ୍କୁ ‘ଆଫ୍ଟର୍‌ ସେଭ୍‌’ ଲଗାଇଲେ ଜଳା ପୋଡ଼ା ହେଉଛି, ତେବେ ଫିଟିକିରି ଆପଣଙ୍କ ପାଇଁ ଭଲ ବିକଳ୍ପ । କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଭରପୂର ଥାଏ ।
୬) ଖଣ୍ଡେ ଫିଟିକିରିକୁ ଗୁଣ୍ଡ କରି ଏକ ଚାମଚ ଗୋଲାପ ଜଳ ସହିତ ମିଶାନ୍ତୁ। ଏହାକୁ କେଶରେ ୫ ମିନିଟ୍‌ ପର୍ୟ୍ୟନ୍ତ ମସାଜ କରନ୍ତୁ ଓ ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏମିତି ସପ୍ତାହରେ ୩-୪ ଥର କରିଲେ ପାଚିଲା କେଶ ସମସ୍ୟା ଦୂର ହୋଇପାରେ ।
୭) ବିଷାକ୍ତ ପୋକ ବା ବିଛା କାମୁଡ଼ିଲେ ପାଣିରେ ଫିଟିକିରି ପାଉଡ଼ର ମିଶାଇ ମୋଟା ଘୋଳ ପ୍ରସ୍ତୁତ କରି ସେହି ସ୍ଥାନରେ ଲଗାଇଲେ ଉପଶମ ମିଳିଥାଏ ।
୮) ଦାନ୍ତ ବ୍ୟଥା ହେଉଥିଲେ ଫିଟିକିରି ଓ ଗୋଲମରିଚ ସମାନ ମାତ୍ରାରେ ଗୁଣ୍ଡ କରି ବ୍ୟଥା ହେଉଥିବା ସ୍ଥାନରେ ଲଗାନ୍ତୁ । ଦେଖିବେ ଅଳ୍ପ ସମୟ ଭିତରେ ଯନ୍ତ୍ରଣାରୁ ମୁକ୍ତି ମିଳିଯିବ ।
୯) ନାକରୁ ରକ୍ତ ବାହାରିଲେ ଫିଟିକିରି ଘୋଳରେ ତୁଳା ବୁଡ଼ାଇ ନାକରେ ଲଗାଇଲେ ରକ୍ତ ବହିବା ବନ୍ଦ ହୋଇଯାଏ ।
୧୦) ଶରୀରର କୌଣସି ଅଙ୍ଗରେ ଯଦି ଘା’ ହୋଇଥାଏ, ତେବେ ଫିଟିକିରିକୁ ଗରମ କରି ତାକୁ ଗୁଣ୍ଡ କରି, ଘିଅରେ ମିଶାଇ ଘା’ ଉପରେ ଲଗାଇଲେ ତାହା ଠିକ୍‌ ହୋଇଯାଏ ।

Powered by Froala Editor