ସାବଧାନ ! ଅଦା ଚାହା ସାଜିପାରେ ଗର୍ଭପାତର କାରଣ

ସାବଧାନ ! ଅଦା ଚାହା ସାଜିପାରେ ଗର୍ଭପାତର କାରଣ

ବିଶେଷ ଖବର

କରୋନାରୁ ରକ୍ଷା ପାଇବା ପାଇଁ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଆପଣ ଚାହା ପିଇବା ସମୟରେ ଅଦାର ଅଧିକ ବ୍ୟବହାର କରୁଛନ୍ତି ।  ଅଦା ଚାହାର ସ୍ୱାଦକୁ ବଢ଼ାଇବା ସହ ଏଥିରେ ଥିବା ଔଷଧୀୟ ଗୁଣ ଶରୀରରୁ ଟକ୍ସିନ୍‌ ବାହାର କରିଥାଏ ।  ଏପରିକି ଶୀତଦିନେ ମଧ୍ୟ ଅଧିକାଂଶ ଲୋକ ଅଦା ଚାହା ପିଇବାକୁ ପସନ୍ଦ କରିଥା’ନ୍ତି ।  ତେବେ ଅଧିକ ଅଦା ଚାହା ପିଉଥିଲେ, ସାବଧାନ ରୁହନ୍ତୁ ।  ଏହାଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଅଦାଚାହା ପିଇଲେ ଶରୀରକୁ କେଉଁସବୁ କ୍ଷତି ପହଞ୍ଚିଥାଏ ।


୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅଦା ପାକସ୍ଥଳୀରେ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।  ଫଳରେ ପେଟ ଜଳାପୋଡ଼ା କରିବା ସହ ଡାଇରିଆ ହେବାର ଆଶଙ୍କା ରହିଛି । 

୨. ଜଣେ ଗର୍ଭବତୀ ପ୍ରତିଦିନ ଆବଶ୍ୟକତାରୁ ଅଧିକ ଅଦା ଖାଇଲେ, ଗର୍ଭପାତ ହେବାର ଆଶଙ୍କା ରହିଛି ।  ଏଥିପାଇଁ ଗର୍ଭବତୀ ମହିଳା ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଅଦା ଖାଆନ୍ତୁ । 

୩. ଅଦାରେ ଥିବା କ୍ଷତିକାରକ ଜିଞ୍ଜୋରୋଲସ୍‌ ପେଟରେ ଅଧିକ ଏସିଡ୍‌ ତିଆରି କରିଥାଏ। ପେଟରେ ଅଧିକ ଏସିଡ୍‌ ତିଆରି ହେଲେ ଏହାକୁ ଏସିଡ୍‌ ରିଫ୍ଲେକ୍ସ ବୋଲି କୁହାଯାଏ ।  ଏଥିଯୋଗୁ ପେଟ ଜଳାପୋଡ଼ା କରିଥାଏ । 

୪. ଅଦା ହାଇବ୍ଲଡ୍‌ ପ୍ରେସରକୁ କମ୍‌ କରିଥାଏ ।  ତେଣୁ ହାଇ ବ୍ଲଡ୍‌ ପ୍ରେସର ରୋଗୀ ଅଦା ଚାହା ପିଇଲେ ଭଲ ।  କିନ୍ତୁ ଯେଉଁମାନଙ୍କର ଲୋ ବ୍ଲଡ୍‌ ପ୍ରେସର ସମସ୍ୟା ରହିଛି ।  ସେମାନେ ଅଦା ଖାଇଲେ ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା ପରି ସମସ୍ୟା ଉପୁଜିପାରେ। ତେଣୁ ସେମାନେ ଅଦା ଖାଇବାଠାରୁ ଦୂରେଇ ରହିଲେ ଭଲ । 

୫. ସେହିପରି ଯଦି ଆପଣ ଲମ୍ୱା ସମୟ ଧରି କେଶ ଉପୁଡ଼ିବା ଓ ଚନ୍ଦାପଣ ସମସ୍ୟାରେ ରହିଛନ୍ତି, ତେବେ ଅଦା ଚାହା ପିଅନ୍ତୁ ନାହିଁ ।  କାରଣ ଅଦାରେ ଥିବା ଜିଞ୍ଜୋରୋଲସ୍‌ କେଶକୁ ବୃଦ୍ଧି ହେବାକୁ ଦେଇନଥାଏ ।

Powered by Froala Editor