ଅଫିସ ହେଉ କିମ୍ୱା ଘର, ସବୁ ସ୍ଥାନରେ ଆମେ ଦର୍ପଣ ଖୋଜିଥାଉ । ଦର୍ପଣ ବିନା ଗୃହସ୍ଥ ଜୀବନ ଅଧୁରା ବୋଲି କହିଲେ ଚଳେ । ସାଧାରଣ ଜୀବନଚର୍ଯାରେ ଦର୍ପଣ ଆମ ପାଇଁ ଯେମିତି ଜରୁରୀ ଠିକ୍ ସେହିପରି ବାସ୍ତୁ ଶାସ୍ତ୍ରରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଠିକ୍ ଦିଗରେ ଦର୍ପଣ ନଲଗାଇଲେ, ସୁଖଶାନ୍ତି ହ୍ରାସ ପାଇଥାଏ । ତେଣୁ ଆସନ୍ତୁ ଜାଣିବା ଦର୍ପଣ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ନୁହେଁ ।
୧. ଦର୍ପଣ ଲଗାଇବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ, ଏହା ଯେପରି ବହୁତ ଉପରେ କିମ୍ୱା ତଳେ ନରୁହେ । ଦର୍ପଣ ଏପରି ରହିଲେ, ଘରର ସଦସ୍ୟଙ୍କ ମୁଣ୍ଡଯନ୍ତ୍ରଣା ହୋଇଥାଏ ।
୨. ସେହିପରି ବେଡ୍ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ । ଏପରି କଲେ ସ୍ୱାମୀ–ସ୍ତ୍ରୀଙ୍କ ମଧ୍ୟରେ ମନ ମତାନ୍ତର ହୋଇଥାଏ ।
୩. ଘରର ଉତ୍ତର ଦିଗରେ ଦର୍ପଣ ରହିଲେ, ଘରେ ଆର୍ଥିକ ଉନ୍ନତି ହୋଇଥାଏ । ସେହିପରି ଐଶାନ୍ୟ କୋଣ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କ ଉନ୍ନତି ସହିତ ସମାଜରେ ପ୍ରତିଷ୍ଠା ମିଳିଥାଏ ।
୪. ବାସ୍ତୁ ଅନୁସାରେ ଗୋଲ୍ ଆକୃତିର ଦର୍ପଣକୁ ଘରେ ରଖିବା ଅଶୁଭ । ବର୍ଗାକାର କିମ୍ୱା ଆୟତ୍ତାକାର ଦର୍ପଣ ଘରେ ରଖିବା ଶୁଭ ।
୫. ଭାଙ୍ଗି ଯାଇଥିବା ଦର୍ପଣ କିମ୍ୱା ଝାପ୍ସା ଦେଖାଯାଉଥିବା ଦର୍ପଣ ଘରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
୬. ରାତିରେ ଶୋଇବା ସମୟରେ ଦର୍ପଣରେ ଛାଇ ଦେଖାଯିବା ଅଶୁଭ । ଏହାଦ୍ୱାରା ଗୃହସ୍ୱାମୀଙ୍କ ଦେହ ଅସୁସ୍ଥ ରହିଥାଏ ।
Powered by Froala Editor
