କଳସରେ ତମ୍ବାର ପାତ୍ର ବ୍ୟବହାର କରିବା ଉଚିତ । କାରଣ ଏହାଦ୍ବାରା ପୂଜାର ଶୁଭଫଳ ଶୀଘ୍ର ମିଳିଯାଏ । ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ । ଘରେ ନକରାତ୍ମକ ଶକ୍ତି ହ୍ରାସ ହୋଇଥାଏ। କଳସରେ ପାଣି ରଖି ତା ଉପରେ ପଇଡ ରଖାଯାଇଥାଏ । ଏହାଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ତମ୍ବାକୁ ଶୁଦ୍ଧ ପାତ୍ର ବୋଲି କୁହାଯାଇଛି । ତମ୍ବାର ପାତ୍ରରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ । ତମ୍ବାର ପାତ୍ରରେ ପାଣି ସହ ତୁଳସୀ ପତ୍ର ରଖାଯାଇଥାଏ । ଏହାପରେ ସେହି ପାଣିକୁ ପୂଜା ସମୟରେ ପ୍ରସାଦରେ ବ୍ୟବହାର କରାଯାଇଥାଏ । ତୁଳସୀ ପାଣିକୁ ଦେବାଦେବୀଙ୍କୁ ସମର୍ପଣ କରାଯାଇଥାଏ । ଏହାଦ୍ବାରା ଦେବାଦେବୀ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି ।
ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ୫ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ । ପ୍ରତି ୨୪ ଘଣ୍ଟାରେ ଏହି ପତ୍ରକୁ କାଢି ପାଣିରେ ଭସାଇ ପୁଣି ନୂଆ ପତ୍ର ଆଣି ରଖନ୍ତୁ । ଏପରି ନିୟମିତ ୨୧ ଦିନ ଯାଏଁ କରିବା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇନଥାଏ ଓ ଭଲ ପାଇବା ବୃଦ୍ଧି ପାଇଥାଏ ।
ତୁଳସୀର ୫ଟି ପତ୍ରକୁ ଏକ ଲାଲ କାଗଜରେ ଗୁଡ଼ାଇ ପୂଜାସ୍ଥାନରେ ରଖି ନିୟମିତ ପୂଜା କରନ୍ତୁ । ପୂଜା କରିବା ସମୟରେ ନିଜ ମନୋସ୍କାମନାକୁ କୁହନ୍ତୁ । କିଛି ଦିନ ଏପରି କରିବା ଯାଏଁ ଆପଣ ଏହାର ଶୁଭଫଳ ନିଜେ ଅନୁଭବ କରିବେ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷ ପତ୍ରକୁ ଏକାଦଶୀ, ରବିବାର ଓ ମଙ୍ଗଳବାର ଦିନ ତୋଳିବା ଉଚିତ ନୁହେଁ ।
ବାସ୍ତୁ ଅନୁଯାୟୀ ଉତ୍ତର-ପୂର୍ବ ଦିଗ ଧନର ଦେବତା କୁବେରଙ୍କ ଦିଗ । ତେଣୁ ଗୃହରେ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଁ ତୁଳସୀଙ୍କୁ ଉତ୍ତର- ପୂର୍ବ ଦିଗରେ ଲଗାନ୍ତୁ ।
ଆପଣଙ୍କ ଗୃହରେ ଯଦି ସର୍ବଦା ସମସ୍ୟା ଲାଗି ରହୁଥାଏ, ତେବେ ଘରର ଦକ୍ଷିଣ-ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାନ୍ତୁ ।
ଚନ୍ଦ୍ରଗ୍ରହଣ, ଏକାଦଶୀ ଓ ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ସୂର୍ୟ୍ୟାସ୍ତ ପରେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ ।
ସକାଳୁ ସକାଳୁ ତୁଳସୀଙ୍କୁ ଦର୍ଶନ କରିବା ଶହେ ଗ୍ରାମ ସୁନା ଦାନ କରିବା ସହ ସମାନ ବୋଲି କୁହାଯାଇଛି । ଘର ଅଗଣାରେ ତୁଳସୀ ରହିଲେ କଲ୍ୟାଣକାରୀ, ଧନ ବୃଦ୍ଧି, ପୁତ୍ର ସୁଖ, ପୁଣ୍ୟଦାୟିନୀ ହୋଇଥାଏ ବୋଲି କୁହାଯାଏ ।
ତୁଳସୀ ପତ୍ରକୁ ନିୟମିତ ଖାଲି ପେଟରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ । ରକ୍ତ ସଫା ରହିବା ସହ କେଶ ଝଡ଼ିବା ବନ୍ଦ ହୋଇଥାଏ ।
ଯଦି ତୁଳସୀ ବୃକ୍ଷ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହାକୁ ନିକଟରେ ଥିବା ନଦୀ କିମ୍ବା କୂଅରେ ବିସର୍ଜନ କରନ୍ତୁ ।
ତୁଳସୀ ବୃକ୍ଷ ନିକଟରେ ନିୟମିତ ସନ୍ଧ୍ୟା ସମୟରେ ଦୀପ ଲଗାନ୍ତୁ । ଏପରି କରିବା ଦ୍ୱାରା ଗୃହରେ ସର୍ବଦା ସୁଖ-ସମୃଦ୍ଧି ପ୍ରବେଶ କରିଥାଏ । ତୁଳସୀ ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରି ଥାଆନ୍ତି ।
ହିନ୍ଦୁ ପରମ୍ପରାରେ ତୁଳସୀ ପୂଜାକୁ ସୁଖ ଓ କଲ୍ୟାଣର ପ୍ରତୀକ ବୋଲି କୁହାଯାଏ । ସ୍କନ୍ଦ ପୁରାଣ ଅନୁଯାୟୀ, ଯେଉଁ ଘରେ ତୁଳସୀ ବୃକ୍ଷ ଥାଏ, ସେଠାରେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ । ଭଗବାନ କୃଷ୍ଣଙ୍କ ଭୋଗରେ ଓ ସତ୍ୟନାରାୟଣ କଥା ଭୋଗରେ ତୁଳସୀ ପତ୍ର ପ୍ରୟୋଗ ନହେଲେ ଭୋଗ ଅସମ୍ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ ।
Powered by Froala Editor
