ଚିକ୍କଣ ତ୍ବଚାର ରହସ୍ୟ ଜାଣିବାକୁ ଚାହାନ୍ତି କି ?  ଏହି ସବୁୁ ଉପାୟ ଆପଣେଇ ପରୀକ୍ଷା କରି‌ ଦେଖନ୍ତୁ

ଚିକ୍କଣ ତ୍ବଚାର ରହସ୍ୟ ଜାଣିବାକୁ ଚାହାନ୍ତି କି ? ଏହି ସବୁୁ ଉପାୟ ଆପଣେଇ ପରୀକ୍ଷା କରି‌ ଦେଖନ୍ତୁ

ସ୍ୱାସ୍ଥ୍ୟ ହିଁ ସମ୍ପଦ

  1. ଦାଗଶୂନ୍ୟ ଚିକ୍କଣ ମୁହଁ କାହାକୁ ବା ପସନ୍ଦ ନୁହେଁ ? ମାତ୍ର ସବୁ ସମୟରେ ଏହା ଆମ ହାତର କଥା ହୋଇନଥାଏ । କାର୍ଯ୍ୟ ଚାପ ଓ ବ୍ୟସ୍ତବହୁଳତା ହେତୁ ଶରୀରର ଯତ୍ନ ନେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏକ ରକମର ଅସମ୍ଭବ ହୋଇପଡୁଛି । ମାତ୍ର ନିଜ ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ଆମେ ଘରେ ସାମାନ୍ୟ ସମୟ ତ ଦେଇପାରିବା ନା ? ତେବେ, ଚାଲନ୍ତୁ ଜାଣିବା ଘରେଇ ଉପାୟ ଜରିଆରେ କିପରି ପାଇବା ସୁନ୍ଦର ଚେହେରା ।
  2. ମହୁ ମୁହଁ ପାଇଁ ଖୁବ୍‌ ଭଲ ହୋଇଥାଏ । ଆପଣଙ୍କ ଘରେ ମହୁଥିବ ନିଶ୍ଚୟ । ଆପଣ ସେଥିରୁ ମାତ୍ର ଗୋଟିଏ ଠୋପା ଆଣି ସେଥିରେ ସାମାନ୍ୟ ଗୋଲାପ ଜଲ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘସନ୍ତୁ । ଦେଖିବେ ଆପଣଙ୍କ ମୁହଁରୁ ଛୋଟ ଛୋଟ ଗୁଣ୍ଡି ପରି କିଛି ବାହାରିବ । ଏପରି କରିବା ଦ୍ୱାରା ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ ।
  3. ହଳଦୀ ଗୁଣ୍ଡ ବି ମହୁ ପରି ଭାରି ଉପକାରୀ । ଆପଣ ସାମାନ୍ୟ ହଳଦୀଗୁଣ୍ଡ ହାତରେ ନିଅନ୍ତୁ । ସେଥିରେ ଟିକେ ମହୁ ଓ ପାଣି ମାଶାଇ ମିଶ୍ରଣ କରି ମୁହଁରେ ଲେପ ଦିଅନ୍ତୁ । ଲେପ ଶୁଖିଯିବା ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚେହେରାରେ ଔଜଲ୍ୟ ଆଣିଥାଏ ।
  4. ଘରେ ଯଦି ମରା ନଡ଼ିଆ ତେଲ ଅଛି ତେବେ ଖୁବ୍‌ ଭଲ । ମରା ନଡ଼ିଆ ତେଲକୁ ମୁହଁରେ ଦୈନିକ ମାଲିସ୍‌ କରିବା ଦ୍ୱାରା ମୁହଁର ଚମକ ବଢ଼ିଥାଏ ।
  5. ଆଲୋବେରା ଗଛ ନିଜ କୁଣ୍ଡରେ ନିଶ୍ଚୟ ଲଗାନ୍ତୁ । ଦୈନିକ ଆଲୋବେରା ରସକୁ ମୁହଁରେ ଲଗାଇଲେ ତ୍ୱଚା ନରମ ହେବା ସହ ମୁହଁରେ ଥିବା ଧୂଳି କଣିକା ସବୁ ବାହାରି ଯାଇଥାନ୍ତି ।
  6. କେବଳ ମୁହଁ ନୁହେଁ, ଶରୀରର ଯେକୌଣସି ଅଙ୍ଗକୁ ଚିକ୍କଣ କରିବାକୁ ଚାହୁଁଥିଲେ ଏହି ସବୁୁ ଉପାୟ ଅବଲମ୍ବନ କରିପାରନ୍ତି ।

Powered by Froala Editor