ହସ୍ତରେଖା ମଣିଷର ଭାଗ୍ୟ ଓ ଭବିଷ୍ୟତର ସୂଚନା ଦେଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହସ୍ତରେଖାର ମଣିଷର ଭଲ ମନ୍ଦ ବିଚାର କରିହୁଏ । କର , କୋଷ୍ଠି ଏବଂ କପାଳକୁ ସଠିକ ଅନୁଧ୍ୟାନ କରିପାରିଲେ ଆଗାମୀ ଦିନରେ କାହାସହ କଣ ଘଟିବାକୁ ଯାଉଛି ତାହା ଜାଣିହେବ । ଶାସ୍ତ୍ର ଅନୁସାରେ ଏମିତି କିଛି ଯୋଗ ଥାଏ ଯାହା ଦ୍ବାରା ଆର୍ଥିକବସ୍ଥା ଭଲ ହେବା ଓ ସରକାରୀ ଚାକୀରି ମିଳିବାର ସଂକେତ ଥାଏ। ଜଣେ ବ୍ୟକ୍ତିଙ୍କ ହାତପାପୁଲିରେ ଥିବା ଭାଗ୍ୟରେଖା ଯଦି ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ସିଧା ଶନି ପର୍ବତରେ ପହଞ୍ଚିଥାଏ ତାହେଲେ ଶନି ସେ ବ୍ୟକ୍ତିଙ୍କ ଉପରେ କୃପା କରିଥାନ୍ତି। ଏମିତି ଲୋକଙ୍କ ଜୀବନ ଆରାମଦାୟକ ହୋଇଥାଏ। ଆଙ୍ଗୁଠି ଟିପରେ ଚକ୍ର ଚିହ୍ନ ଥିଲେ ମଣିଷ ଖୁବ୍ ଭାଗ୍ୟବାନ ହୋଇଥାଏ। ଏହି ଭଳି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟରେ ଅସୁବିଧା ହୁଏନାହିଁ। ଏହି ହସ୍ତରେଖା ଥିବା ଲୋକଙ୍କୁ ସହଜରେ ସଫଳତା ମଳିଥାଏ। ଯଦି କୈଣସି ବ୍ୟକ୍ତିଙ୍କ ହାତରେ ସୂର୍ଯ୍ୟ ରେଖା ଗୁରୁ ପର୍ବତ ଆଡକୁ ଯାଏ ତାହେଲେ ସେହି ବ୍ୟକ୍ତି ସରକାରୀ ଅଧିକାରୀ ହେବାରେ ସଫଳ ହୁଏ। ହାତର ସବୁଠୁ ଛୋଟ ଆଙ୍ଗୁଠି ଅର୍ଥାତ କାଣି ଆଙ୍ଗୁଠି ତଳ ଭାଗରେ ବୁଧ ପର୍ବତ ସ୍ଥଳରେ ଯଦି ତ୍ରିଭୁଜର ଆକୃତି ଥାଏ ତାହେଲେ ଜୀବନରେ ସେ ବ୍ୟକ୍ତି ଉଚ୍ଚ ପଦ ହାସଲ କରିବାରେ ସଫଳ ହୋଇଥାଏ। ପାପୁଲିରେ ଗୁରୁ ପର୍ବତ ଓ ସୂର୍ଯ୍ୟ ପର୍ବତର କୌଣସି ରେଖା ପରସ୍ପର ସହ ମିଳିତ ହେଲେ ଏହା ସରକାରୀ ଚାକୀରି ମିଳିବାର ଯୋଗ ଥାଏ। କୌଣସି ବ୍ୟକ୍ତିଙ୍କ ପାପୁଲିରେ ଯଦି ସୂର୍ଯ୍ୟ ପର୍ବତରେ ଭାଗ୍ୟ ରେଖା ଆସି ମିଶିଥାଏ ତାହେଲେ ମଧ୍ୟ ଏହା ସରକାରୀ ଚାକିରୀ ପାଇଁ ଯୋଗ ସୃଷ୍ଟି ହୋଇଥାଏ। ସେହିଭଳି ଗୁରୁ ପର୍ବତରେ ଭାଗ୍ୟ ରେଖା ମିଶିଲେ ମଣିଷ ନିଜ ଜୀବନରେ ସମ୍ମାନଜନକ ସ୍ଥାନ ହାସଲ କରିବାରେ ସଫଳ ହୁଏ। ଯଦି ହାତରେ ଗୁରୁ ପର୍ବତ ସହ ଅନ୍ୟ ସିଧା ରେଖା ଥାଏ ତାହାଲେ ମଧ୍ୟ ମଣିଷ ଭାଗ୍ୟବାନ ହୋଇଥାଏ। ସେହିଭଳି ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ସରକାରୀ ଚାକୀରି ସଂମ୍ବନ୍ଧରେ ଅନେକ ସୁତ୍ର ରହିଛି। ଜାତକଙ୍କ ଜନ୍ମ କୁଣ୍ଡଳୀ ଅନୁସାରେ ସରକାରୀ ଚାକୀରିର ଯୋଗ କଣ ରହିଛି ଜାଣନ୍ତୁ- ୧- ଜନ୍ମ କୁଣ୍ଡଳିର ଦଶମ ସ୍ଥାନକୁ କର୍ମ ସ୍ଥାନ ଭାବେ ବିବେଚନା କରାଯାଏ । ସରକାରୀ ଚାକିରୀ ପାଇଁ ଏହି ସ୍ଥାନରେ ବା ଭାବରେ ଶୁଭ ଗ୍ରହ ରହିବା ଜରୁରୀ। ୨- ଦଶମ ଭାବରେ ରବି ଓ ମଂଗଳ ଏକା ସହ ରହିଲେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ ସରକାରୀ ଚାକିରୀ ପାଇଁ। ୩- ଜନ୍ମ କୁଣ୍ଡଳିର ନବମ ସ୍ଥାନକୁ ବା ଭାବକୁ ଭାଗ୍ୟସ୍ଥାନ ବୋଲି କୁହାଯାଏ । ସରକାରୀ ଚାକିରୀ ପାଇଁ କର୍ମସ୍ଥାନ ଦଶମ ଭାବ ସହ ନବମ ବାବକୁ ମଧ୍ୟ ବିଚାରକୁ ନିଆଯାଏ । ସରକାରୀ ଚାକିରୀ ପାଇଁ ଦଶମ ସ୍ଥାନଭଳି ନବମ ଭାବରେ ମଧ୍ୟ ଶୁଭ ଗ୍ରହ ରହିବା ଆବଶ୍ୟକ। ଏହିସବୁ ଭାବକୁ କୌଣସି ଶୁଭ ଗ୍ରହଙ୍କ ଦୃଷ୍ଟି ଥିଲେ ମଧ୍ୟ ସରକାରୀ ଚାକୀରିର ଯୋଗ ହୋଇଥାଏ । ଅଶୁଭ ଗ୍ରହର ଦୃଷ୍ଟି ଥିଲେ ସରକାରୀ ଚାକିରୀ ମିଳିବା କଷ୍ଟ ହୋଇଥାଏ। ରବି, ଚନ୍ଦ୍ର ଓ ବୃହସ୍ପତିଙ୍କୁ ସରକାରୀ ଚାକୀରିରେ ଉଚ୍ଚ ପଦାଧିକାରୀ କାରକ ଗ୍ରହ ବୋଲି ବିଚାର କରାଯାଏ । ଦ୍ବିତୀୟ, ଷଷ୍ଠ ଓ ଦଶମ ଭାବରେ ଅର୍ଥାତ ତ୍ରିକୋଣ ଭାବରେ ରବିଙ୍କ ପ୍ରଧାନ୍ୟ ଥିଲେ ମଧ୍ୟ ସରକାରୀ ଚାକୀରି ହୋଇଥାଏ। କେନ୍ଦ୍ରରେ ଗୁରୁ ବା ବୃହସ୍ପତିଙ୍କ ଅବସ୍ଥାନ ସରକାରୀ ଚାକୀରିରେ ଉଚ୍ଚ ପଦ ପ୍ରାପ୍ତି ଲାଗି ସଂକେତ ଦେଇଥାଏ । ଜନ୍ମ କୁଣ୍ଡଳୀରୁ ଚାକୀରି ବିଷୟରେ ଅନେକ ସୂଚନା ମିଳିଥାଏ। ଦ୍ବିତୀୟେଶ ଓ ଏକାଦଶାଧିପତିଙ୍କ ଦଶା ବା ଅନ୍ତଦର୍ଶାରେ ଚାକୀରି ହେବାର ସମ୍ଭାବନା ଆକଳନ କରାଯାଇଥାଏ। ଷଷ୍ଠ ଭାବର କାରକ ଯଦି ଶନି ହୋଇଥାନ୍ତି ତେବେ ଏଥିରେ ମଧ୍ୟ ସରକାରୀ ଚାକୀରି ହୋଇଥାଏ। ଦଶମ ଭାବ ବା ଦଶମାଧିପତିଙ୍କ ସଂବନ୍ଧ ଷଷ୍ଠ ଭାବ ସହ ରହିବା ସରକାରୀ ଚାକିରୀ ପାଇଁ ଶୁଭ ବୋଲି କୁହାଯାଏ।
