ହାଇଦରର କାଲି ହେବ ପୋଷ୍ଟମର୍ଟମ

ହାଇଦରର କାଲି ହେବ ପୋଷ୍ଟମର୍ଟମ

ରାଜ୍ୟ ଖବର

ଭୁବନେଶ୍ୱର: ଏନକାଉଂଟରରେ ମୃତ ହାଇଦରର କାଲି ହେବ ପୋଷ୍ଟମର୍ଟମ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପୋଷ୍ଟମର୍ଟମ ହେବ । ପୋଷ୍ଟମର୍ଟମ ପରେ ହାଇଦରର ମୃତଦେହ ପରିବାରକୁ ଦିଆଯିବ । ପୋଷ୍ଟମର୍ଟମ ଓ ଶବ ହସ୍ତାନ୍ତର ପ୍ରସଙ୍ଗରେ ପୋଲିସ ପକ୍ଷରୁ ସୂଚନା ମିଳିଛି । 

ସୂଚନା ଥାଉକି, କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସର ଏସ୍କଟ  ଟିମ୍‌କୁ କହିଥିଲା । ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା । ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା । ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ । ହାଇଦର ପେଟରେ ଗୁଳି ବାଜିଛି ବୋଲି ଡିସିପି କହିଛନ୍ତି ।


Powered by Froala Editor