କୁହାଯାଏ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳାଭିଷେକ କଲେ ଉତମ ଫଳପ୍ରାପ୍ତି ହୋଇଥାଏ । ଶ୍ରାବଣ ମାସ ସୋମବାରରେ ମହାଦେବଙ୍କୁ ପୂଜା କରିବା ଦ୍ୱାରା ତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ତେଣୁ ଶ୍ରାବଣ ମାସର ପ୍ରଥମ ସୋମବାରରେ ସକାଳୁ ଗାଧୋଇ ଭୋଳାନାଥଙ୍କର ମନ୍ଦିର ପରିଦର୍ଶନ କରନ୍ତୁ । ଏହାପରେ ଭଗବାନ ଶିବ, ମାତା ପାର୍ବତୀ ଓ ନନ୍ଦୀ ବାବାଙ୍କୁ ଗଙ୍ଗାଜଳ ଅର୍ପଣ କରନ୍ତୁ । ଏହାପରେ ଶିବ ଲିଙ୍ଗ ଉପରେ ଚନ୍ଦନ, ବେଲପତ୍ର, ଅକ୍ଷତ ଦୁଦୁରା ଫୁଲ ଅର୍ପଣ କରନ୍ତୁ । ତାପରେ ଭୋଳାନାଥଙ୍କୁ ଧଳା ରଙ୍ଗର ଭୋଗ ଲଗାନ୍ତୁ । କିନ୍ତୁ ଯଦି ମନ୍ଦିର ଯାଇପାରୁନାହାଁନ୍ତି, ତେବେ ଘରର ପୂଜାପାଠ ସ୍ଥାନରେ ଭୋଳାନାଥଙ୍କୁ ତେଲ ଓ ବାର୍ଲି ଅର୍ପଣ କରନ୍ତୁ । ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଭଗବାନ ଶିବ ଅତ୍ୟନ୍ତ ଖୁସି ହୁଅନ୍ତି ଓ ବ୍ୟକ୍ତିର ସମସ୍ତ ପାପ ନଷ୍ଟ କରିଦିଅନ୍ତି । ଏହା ସହିତ ଶ୍ରାବଣର ପ୍ରଥମ ସୋମବାରରେ ମହାଦେବଙ୍କୁ ଘିଅ, ଚିନି, ଏବଂ ଗହମ ମଇଦାରେ ନିର୍ମିତ ପ୍ରସାଦ ଅର୍ପଣ କରନ୍ତୁ । ଏହାପରେ ଏହି ପ୍ରସାଦକୁ ଯଥା ସମ୍ଭବ ଲୋକଙ୍କୁ ବାଂଟି ଦିଅନ୍ତୁ ଓ ମହାମୃତୁ୍ୟଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଭଗବାନଙ୍କୁ କଂଚା ଗାଈ କ୍ଷୀର ଅର୍ପଣ କରନ୍ତୁ, ଏହା ଦ୍ୱାରା ମହାଦେବଙ୍କ କୃପା ରହିଥାଏ । ଏହି ଦିନ ଭଗବାନ ଶିବଙ୍କୁ ଉତର ଆଡକୁ ମୁହଁ କରି ପୂଜା କରନ୍ତୁ ଓ ଶ୍ରାବଣର ପ୍ରତି ସୋମବାର ଦିନ ୧୧, ୨୧, ୫୧ କିମ୍ବା ୧୦୮ ଥର ଶିବ ମନ୍ତ୍ର ‘ଓମ ନମଃ ଶିବାୟ’ ଜପ କରନ୍ତୁ ।
Powered by Froala Editor
