କିଛି ମହିଳା ସକାଳେ କେଶ ଧୋଇବା ପାଇଁ ପସନ୍ଦ କରିନଥାନ୍ତି । ବିଶେଷ କରି କର୍ମଜୀବୀ ମହିଳାମାନେ ରାତିରେ କେଶ ଧୋଇ ଶୋଇବା ପାଇଁ ଅଧିକ ପସନ୍ଦ କରିଥା’ନ୍ତି । ଯଦି ଆପଣ ବି ରାତିରେ କେଶ ଧୋଉଛନ୍ତି, ତେବେ ସାବଧାନ ରୁହନ୍ତୁ । ଏପରି କଲେ ଆପଣଙ୍କ କେଶକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି । ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?
୧. ରାତିରେ କେଶ ଧୋଇଲେ କେଶର ମୂଳ ଦୁର୍ବଳ ହୋଇଥାଏ ଓ ଝଡ଼ିଥାଏ। ଅନ୍ୟ ଏକ କାରଣ ହେଉଛି, କେଶ ଓଦା ରହିଲେ, ଏହାର କୁଟିକଲ୍ ଉପରକୁ ବାହାରି ଯାଇଥାଏ ଏବଂ କେଶ ଝଡ଼ିବା ସମସ୍ୟା ଉତ୍ପନ୍ନ ହୋଇଥାଏ ।
୨. ଆହୁରି ମଧ୍ୟ ରାତିରେ କେଶ ଧୋଇ ଶୋଇଲେ ଓଦା ଯୋଗୁଁ ସକାଳେ ଉଠିବା ପରେ କେଶର ଆକାର ପରିବର୍ତ୍ତନ ହୋଇଥାଏ ।
୩. ଅନେକ ସମୟରେ କେଶ ଧୋଇବା ପରେ ଆପଣ ଏହାକୁ କୁଣ୍ଡାଇବା ପାଇଁ ଭୁଲି ଯାଇଥା’ନ୍ତି। ଯାହା ଯୋଗୁଁ କେଶରେ ଗଣ୍ଠି ପଡ଼ିଯାଇଥାଏ । ଏଥିପାଇଁ ମଧ୍ୟ କେଶ ଅଧିକ ଝଡ଼ିଥାଏ ।
୪. କେଶ ଓଦା ରହିଲେ ଏହାର ମୂଳରେ ଫଙ୍ଗସ୍ ଓ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ ।
୫. କେବଳ ଏତିକି ନୁହେଁ, ଓଦା କେଶ ଯୋଗୁଁ ଥଣ୍ଡା, କାଶ ଓ ଆଲର୍ଜିର ଆଶଙ୍କା ବଢ଼ିବା ସହିତ ମୁଣ୍ଡ ବିନ୍ଧା ଭାରି ଲାଗିଥାଏ । ସେହିପରି ଧୂଳି ଯୋଗୁ ମୁଣ୍ଡରେ ଆଲର୍ଜି ହୋଇଥାଏ ।
ଯଦି ଆପଣ ରାତିରେ କେଶ ଧୋଉଛନ୍ତି, ତେବେ ଡ୍ରାୟର୍ରେ ଏହାକୁ ଭଲ ଭାବରେ ଶୁଖାଇ ଶୁଅନ୍ତୁ ।
Powered by Froala Editor
