କଟକ : ସୋମବାର କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକଙ୍କୁ ମହିଳା ଥାନା ଅଧିକାରୀ ହାତ ଉଠେଇ ଯେଉଁ ଅଶାଳୀନ ଭାଷା ସହ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାହା ଏହି ସମାଜ ଆଉ ଗଣତନ୍ତ୍ର ପାଈଁ ଲଜ୍ଜ୍ୟା ଜନକ । ଏହି ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ୟାଶିର ନୱାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ତଳ ପୋଲିସ ଡିଜିଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ନିଜ ବୁକ୍ତବ୍ୟରେ କହିଥିଲେ ଯେଉଁ ମହିଳା ଅଧିକାରୀ ଏହିପରି ଦୁର୍ବ୍ୟବହାର କରିଛନ୍ତି ତୁରନ୍ତ ବରଖାସ୍ତ କରାଯାଉ । ଏସି / ଏଷ୍ଟି ଆଇନ ଅନୁଯାୟୀ ଅଭିଯୋଗ ଦାଖଲ କରାଯାଉ । ତତ୍ ସହିତ ଏସପି ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଉ ବୋଲି ଅଭିଯୋଗ କରିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ଡକ୍ଟର ବିପ୍ଳବ ଶିଲାଦିତ୍ୟ (ଓଡ଼ିଶା ଯୁବ କଂଗେସ ରାଜ୍ୟ ସାଧାରଣ ସମ୍ପାଦକ ) ଦୀପକ ମହାନ୍ତି (କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି) ସଦାଶିବ ବାରିକ ( ସମ୍ପାଦକ କଟକ ଜିଲ୍ଲା କଂଗ୍ରେସ) ସଚ୍ଚିଦାନନ୍ଦ ରାଉତ (ସମ୍ପାଦକ କଟକ ଜିଲ୍ଲା କଂଗ୍ରେସ) ଆଶୁତୋଷ ରାଉତ୍ ( ଓଡ଼ିଶା ଛାତ୍ର କଂଗ୍ରେସ ରାଜ୍ଯ ସମ୍ପାଦକ ) ସୁନୀଲ ମାଟିଆ (ଓଡ଼ିଶା ଛାତ୍ର କଂଗ୍ରେସ ରାଜ୍ୟ ଉପସଭାପତି ) ପର୍ଭେଶ ଅକ୍ତାର ( କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି )ଙ୍କ ସହିତ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର ବହୁ କର୍ମୀ ଙ୍କ ଉପସ୍ଥିତିରେ ପୋଲିସ ଡିଜିଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରାଯାଇଥିଲା ।
Powered by Froala Editor
