କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ

ଜାତୀୟ ଖବର

ବେଙ୍ଗାଲୁର : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବସବରାଜ ବୋମାଇ ଶପଥ ଗ୍ରହଣ କରିଛନ୍ତି  । ବିଏସ ୟେଦୁରପ୍ପା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ କିଏ ନେବେ ତାହାକୁ ନେଇ ଯେଉଁ ଚର୍ଚ୍ଚା ଜାରି ରହିଥିଲା ତାହାର ଅବସାନ ଘଟିଛି  । ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା  ।

୧୯୬୦ ଜାନୁଆରୀ ୨୮ରେ ବସବରାଜ ଜନ୍ମଗ୍ରହଣ କରିଥିଲେ  । ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମାଇଙ୍କ ପୁଅ  । ବାପାଙ୍କ ପଥ ଅନୁସରଣ କରି ସେ ଜଣେ ସଫଳ ରାଜନେତା ହୋଇପାରିଛନନ୍ତି  । ଜଣେ ଯନ୍ତ୍ରୀ, କୃଷିବିତ ଓ ଶିଳ୍ପପତି ଭାବେ ସେ ବେଶ ପରିଚିତି ହାସଲ କରିଛନ୍ତି  ।

ତାଙ୍କର ପୂରା ନାମ ହେଉଛି ବସବରାଜ ସୋମପ୍ପା ବୋମାଇ  । ୨୦୦୮ରୁ ସେ ଲଗାତର କର୍ଣ୍ଣାଟକ ବିଧାନସଭାର ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି  । ସେହିପରି ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ବିଧାନ ପରିଷଦର ସଭ୍ୟ ମଧ୍ୟ ରହିଥିଲେ । ପୂର୍ବରୁ ସେ ରାଜ୍ୟର ଗୃହ, ଆଇନ, ସଂସଦୀୟ ବ୍ୟାପାର, ଜଳସମ୍ପଦ ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି  । ଜନତା ଦଳରୁ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ  ।

Powered by Froala Editor