ବିଅର ପିଇଲେ ମଣିଷ କାହିଁକି ରିଲାକ୍ସ ହୋଇଯାଏ ?

ବିଅର ପିଇଲେ ମଣିଷ କାହିଁକି ରିଲାକ୍ସ ହୋଇଯାଏ ?

ଜାଣିବା କଥା

 ବିଅର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ଲାଭଦାୟକ। ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଆସେ । ଯିଏ ବିଅର ପିଉଥାଏ ସିଏ ବି ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚେଷ୍ଚା କରେ ଯିଏ ନପିଏ ସିଏ ବି ଉତ୍ତର ଜାଣିବାକୁ ଚେଷ୍ଟା କରେ । ଏବେ ଏହାର ଉତ୍ତର ରଖିଛନ୍ତି ବୈଜ୍ଞାନିକ । ବିଅର ପିଇଲେ ମଣିଷର ମସ୍ତିସ୍କରେ ଥିବା ଏକ ସ୍ଥାନକୁ ଉତ୍ତେଜିତ କରିଥାଏ । ଯାହାକି ମଣିଷକୁ ରିଲାକ୍ସ କରାଇଥାଏ । ଯେମିତି କିଛି ଖାଦ୍ୟ ପ୍ରତି ମଣିଷର ରୁଚି ରହିଥାଏ । ତେଣୁ ପେଟ ପୂରିଯାଇଥିଲେ ମଧ୍ୟ ଖାଦ୍ୟ ପ୍ରତି ରୁଚିଥିବାରୁ ମଣିଷ ଖାଦ୍ୟ ଖାଇ ଚାଲିଥାଏ । ବୈଜ୍ଞାନିକ ଏହାକୁ ହେଡୋନିକ ହଙ୍ଗର (ସୁଖ ଦେଲା ଭଳି ଭୋକ) କୁହନ୍ତି । ଏହି ଭୋକ ମଣିଷର ବାୟୋଲଜିକାଲ ଆବଶ୍ୟକ ବଦଳରେ ସୁଖରେ ରହିବା ପାଇଁ ଖାଇବା ପିଇବା କରିଥାଏ ।

ବିଅର କିମ୍ୱା ରୁଚିକର ଖାଦ୍ୟ ମଣିଷର ନ୍ୟୁରୋଟ୍ରାନ୍ସମିଟର ଡୋପାମିନକୁ ବଢ଼ାଇଥାଏ । ଡୋପାମିନ ହେଉଛି ମସ୍ତିସ୍କର ଡିଟୁ ରିସେପ୍ଟର ସେଣ୍ଚର। ଡୋପାମିନ ହେଉଛି ସୁଖ ଦେଲା ଭଳି ଏକ ହର୍ମୋନ୍ । ଜର୍ମାନୀର ଫ୍ରେଡରିକ ଆଲେକଜାଣ୍ଡାର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଗବେଷଣା କରିଛନ୍ତି ।

Powered by Froala Editor