ରେଡ ବେଳେ ନଗଦ ମିଳିଲା ୨୫ ଲକ୍ଷ !

ରେଡ ବେଳେ ନଗଦ ମିଳିଲା ୨୫ ଲକ୍ଷ !

ରାଜ୍ୟ ଖବର

ଭୁବନେଶ୍ୱର:ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ  ବିରଞ୍ଚି ସାହୁଙ୍କ ଘରେ ରେଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି ।  ରେଡ ବେଳେ ନଗଦ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାଯାଇଛି । ଶ୍ରୀ ସାହୁଙ୍କ ଘରୁ ୧୨ ଲକ୍ଷ ଟଙ୍କା ନଗଦ ମିଳିଥିବାବେଳେ ସକାଳେ ତାଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ମିଳିଥିଲା । 

ପ୍ରକାଶ ଯେ, ଦୁର୍ନୀତି ବିରୋଧରେ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଉଥିବାବେଳେ ସରକାରୀ କର୍ମଚାରୀ କିନ୍ତୁ ମାନିବାକୁ ନାରାଜ ।  ଅସାଧୁ ଉପାୟରେ ଟଙ୍କା ଆୟ କରିବା ଯେମିତି ସରକାରୀ କର୍ମଚାରୀଙ୍କ ନିଶା ପାଲଟିଯାଇଛି । ତେବେ ଏହାରି ଭିତରେ ଭିଜିଲାନ୍ସ ଜାଲରେ  ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ରୂପୀ ଏକ ବଡ଼ ମାଛ ପଡିଛି ।  ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ  ବିରଞ୍ଚି ସାହୁଙ୍କ ଘରେ ରେଡ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢଉ କରାଯାଇଛି ।  ଏହି ଚଢଉରେ ଭିଜିଲାନ୍ସ ଏସପି, ୪ଜଣ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି ।  ୨ଟି ଦୁଇ ମହଲା କୋଠା ଓ ୯ଟି ଜମି ଠାବ କରାଯାଇଥିବା ସୂଚନା ମିଳିଛି ।  ପିଏସ  ବିରଞ୍ଚି ସାହୁଙ୍କ ଶଳା ଘରୁ ନଗଦ ୧୩ ଲକ୍ଷ ଟଙ୍କା ମଧ୍ୟ ଠାବ କରାଯାଇଛି ।  ପିଏସଙ୍କ ଘରୁ ମଧ୍ୟ ବିପୁଳ ଟଙ୍କା ଠାବ କରାଯାଇଥିବା ସୂଚନା ମିଳିଛି ।  ୨ଥର ବିଦେଶ ଗସ୍ତ ଡକୁ୍ୟମେଣ୍ଟ ଓ ଘରୁ ବିଦେଶୀ ନୋଟ ବିଡ଼ା ଜବତ କରାଯାଇଛି ।  

Powered by Froala Editor