ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି । ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ । ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ।
୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାଇ ରଖନ୍ତୁ । ଏହାପରେ କାଟିଲେ ଆଉ ଆଖି ଜଳିବ ନାହିଁ । ତେବେ ପାଣିରୁ କାଢ଼ିବା ପରେ ପିଆଜକୁ ସାବଧାନତାର ସହ କାଟନ୍ତୁ ।
୨. ଯଦି ଘରେ ଭିନେଗାର୍ ଅଛି, ତା’ହେଲେ ପିଆଜରୁ ଚୋପା ଛଡ଼ାଇ କିଛି ସମୟ ସେଥିରେ ବୁଡ଼ାଇ ରଖନ୍ତୁ । ଏହା ପରେ ପିଆଜକୁ କାଟିଲେ ଆଖିରେ ଜଳାପୋଡ଼ା ହେବନି କି ଲୁହ ବାହାରିବନି ।
୩. ପିଆଜରୁ ଚୋପା ଛଡ଼ାଇ କିଛି ସମୟ ଫ୍ରିଜ୍ରେ ରଖି ଦିଅନ୍ତୁ ଓ ତା’ପରେ କାଟନ୍ତୁ । ତେବେ ଏହି ଉପାୟରେ ଟିକେ ସମସ୍ୟା ରହିଛି । ଫ୍ରିଜ୍ରୁ ପିଆଜ ଗନ୍ଧ ଆସିବାର ସମ୍ଭାବନା ରହିଛି ।
Powered by Froala Editor
