କଣ ପାଦରେ ଏପରି କ୍ଷତ କରୋନାର ସଙ୍କେତ? ଜାଣନ୍ତୁ କଣ କୁହନ୍ତି ଡାକ୍ତର

କଣ ପାଦରେ ଏପରି କ୍ଷତ କରୋନାର ସଙ୍କେତ? ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଜାଣିବା କଥା

ପାଦରେ କିଛି ଖାସ୍ ପ୍ରକାରର କ୍ଷତ କରୋନାର ସଙ୍କେତ ବୋଲି ଡାକ୍ତରମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଅଫିସିଆଲ ପୋଡିଆଟ୍ରିଷ୍ଟ କଲେଜର ସ୍ପେନିଶ ଜେନେରାଲ କାଉନସିଲ ଏହି ବାବଦରେ ଏକ ବୟାନ ଜାରି କରିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ, କରୋନା ଭାଇରସରେ ଆକ୍ରାନ୍ତ ବହୁ ରୋଗୀଙ୍କ ପାଦରେ ଏପରି କ୍ଷତ ଦେଖାଯାଇଥାଏ । ସ୍ପେନ ଡାକ୍ତରଙ୍କ କହିବା ମୁତାବକ, କରୋନା ରୋଗୀଙ୍କ ପାଦରେ ଚିକେନପକ୍ସ, ପାଦରେ ମିଳିମିଳା ଭଳି ଦାଗ ଥିବା ମାମଲା ବଢିବାରେ ଲାଗିଛି । ବିଶେଷକରି ଶିଶୁ ଓ କିଶୋରମାନଙ୍କଠାରେ ଏହା ଦେଖିବାକୁ ମିଳୁଛି । କିନ୍ତୁ କେତେକ କ୍ଷେତ୍ରରେ ଏହି କ୍ଷତ ଅନେକ ବୟସ୍କଙ୍କଠାରେ ଦେଖିବାକୁ ମିଳିଥାଏ । ରକ୍ତ ନଳୀରେ ଇନଫେକ୍ସନ ହେବା ଦ୍ୱାରା ଚର୍ମରେ କ୍ଷତ ହୋଇଥାଏ । ଡେଲି ମେଲ ରିପୋର୍ଟ ଅନୁସାରେ, ଅଫିସିଆଲ ପୋଡିଆଟ୍ରିଷ୍ଟ କଲେଜର ସ୍ପେନିଶ ଜେନେରାଲ କାଉନସିଲ କହିଛନ୍ତି ଯେ ଇଟାଲୀ ଓ ଫ୍ରାନ୍ସରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ।

Powered by Froala Editor