ଦଶମ ଶ୍ରେଣୀ ପରୀକ୍ଷାପତ୍ର ଅଦଳ ବଦଳ ନେଇ ଛାତ୍ର କଂଗ୍ରେସ ର ବିକ୍ଷୋଭ ଓ ଧାରଣା

ଦଶମ ଶ୍ରେଣୀ ପରୀକ୍ଷାପତ୍ର ଅଦଳ ବଦଳ ନେଇ ଛାତ୍ର କଂଗ୍ରେସ ର ବିକ୍ଷୋଭ ଓ ଧାରଣା

ରାଜ୍ୟ ଖବର

** 

କଟକ ତା ୦୪-୦୮ -୨୦୨୧ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ବୋର୍ଡର ଦାଇତ୍ୱହୀନତା ପାଇଁ ; ରେଗୁଲାର ଓ ଏକ୍ସ -ରେଗୁଲାର ପରୀକ୍ଷା ଚାଲିଥିଲା ବେଳେ, ରେଗୁଲାର ପିଲାଙ୍କୁ ଏକ୍ସ -ରେଗୁଲାର ପିଲାଙ୍କ ପ୍ରଶ୍ନ ପତ୍ର  ବଣ୍ଟନ କରାଯାଇଥିଲା ଯାହା ପରୀକ୍ଷାର୍ଥୀଙ୍କ ଦ୍ୱାରା ଜଣାପଡିବା ପରେ ବୋର୍ଡ କର୍ମଚାରୀ ଓ ପରୀକ୍ଷା ଦାଇତ୍ୱରେ ଥିବା ଶିକ୍ଷା ଅଧିକାରୀଙ୍କ ନିଲମ୍ବନ ପାଇଁ ଛାତ୍ର କଂଗ୍ରେସ ତରଫରୁ ଧାରଣା ପ୍ରଦର୍ଶନ କରିବା ସହ  ଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବୋର୍ଡ ସଭାପତି ରାମଶିଶ ହାଜ଼ରାଙ୍କ  କୁଶ ପୁତ୍ତଳିକା ଦାହ କରାଯାଇଥିଲା  ।

ଏହି କାର୍ଯ୍ୟକ୍ରମରେ  ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତରରେ ପରୀକ୍ଷାର୍ଥୀ ମାନଙ୍କ ସହ ହୋଇଥିବା ଏହି ଅପ୍ରୀତିକର ପରିସ୍ଥିତିର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ | ଏହି ଧାରଣାରେ  ଛାତ୍ର କଂଗ୍ରେସର ପୂର୍ବତନ ଜାତୀୟ ସମ୍ପାଦକ ଡ଼ଃ ବିପ୍ଳବ ଶିଳାଦିତ୍ୟ , କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦୀପକ ମହାନ୍ତି, ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ଆଶୁତୋଷ ରାଉତ, କଟକ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ମନୋଜ ବିଶ୍ୱାଳ, ସାଧାରଣ ସମ୍ପାଦକ ଶିଶିର ରଥ, ସମ୍ପାଦକ ସଦାଶିବ ବାରିକ, ସଚ୍ଚିଦାନନ୍ଦ ରାଉତ , ଅନିରୁଦ୍ଧ ଦାଶ , ସୁଶାନ୍ତ ନାୟକ ଏବଂ ବିରେନ ପସାୟତ,  କଟକ ଜିଲ୍ଲା ଛାତ୍ର କଂଗ୍ରେସର ଛାତ୍ରନେତା ଅମିତ ବିଶୋଇ, ଅନିଷ  କୁରେଶୀ,ସତ୍ୟଜିତ ସେଠି, କମଳେନ୍ଦୁ ଆଚାର୍ଯ୍ୟ,ସରୋଜ ଦାସ, ବିଶ୍ୱଜିତ ବେହେରା, ୟଷରାଜ ବେହେରା, ଅଭିରାମ ରାଉତ, ଚିରଞ୍ଜୀବ ମହାପାତ୍ର,ମୋତି ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ

Powered by Froala Editor