୧୬ ଅଗଷ୍ଟ : ଓଡ଼ିଶା ଆସିବେ ଭାରତୀୟ ଟିମ

୧୬ ଅଗଷ୍ଟ : ଓଡ଼ିଶା ଆସିବେ ଭାରତୀୟ ଟିମ

ରାଜ୍ୟ ଖବର

ଟୋକିଓ : ୪୧ ବର୍ଷ ପରେ ହକିରେ ଭାରତର ପଦକ ସ୍ୱପ୍ନ ପୂରଣ କରିଛି ପୁରୁଷ ହକି ଟିମ । ଯାହାକୁ ନେଇ ଦେଶବ୍ୟାପୀ ଆନନ୍ଦ ଖେଳିଯାଇଛି  । ଓଡ଼ିଶା ହକି ଟିମର ପ୍ରାୟୋଜକ ଥିବାବେଳେ ରାଜ୍ୟରେ ଭବ୍ୟ ସମ୍ବଦ୍ଧ୍ୱର୍ନାର ବ୍ୟବସ୍ଥା କରାଯାଇଛି  । ଆସନ୍ତା ୧୬ରେ ହକି ଟିମ ଓଡ଼ିଶା ଆସିବେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବେ  ।

ହକି ଟିମ ବ୍ରୋଞ୍ଜ ମେଡ଼ାଲ ଜିତିବା ପରେ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆ କର୍ତୃପକ୍ଷ ଓ ଖେଳାଳୀଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା କରିଛନ୍ତି  । ଆସନ୍ତା ୧୬ରେ ଭୁବନେଶ୍ୱରରେ ସେ ହକି ଟିମକୁ ସ୍ୱାଗତ କରିବେ ବୋଲି କହିଛନ୍ତି  । ହକି ଟିମ ସହ ସେ ଅଛନ୍ତି ବୋଲି ଖେଳାଳୀମାନଙ୍କୁ ଆଶ୍ୱାସନା ଦେଇଥିଲେ  ।
ସୂଚନାଯୋଗ୍ୟଯେ, ଆଜି ଭାରତୀୟ ଟିମ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହ ଖେଳିଥିଲା  । ଉକôଣ୍ଠାପୂର୍ଣ୍ଣ ମ୍ୟାଚରେ ଭାରତୀୟ ଟିମ ଜର୍ମାନୀକୁ ୫-୪ରେ ପରାସ୍ତ କରିଛି  । ଶେଷ ମୁହୂର୍ତରେ ଗୋଲକିପରଙ୍କ ଚମକôାର ପ୍ରଦର୍ଶନ ଭାରତର ଅଲମ୍ପିକ ପଦକ ସ୍ୱପ୍ନକୁ ସାକାର କରିଥିଲା  । ୧୯୮୦ରେ ଭାରତୀୟ ଦଳ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା  । ତାହା ପରଠାରୁ ଭାରତୀୟ ଟିମ କେବେ ସେମି ଫାଇନାଲ ବି ପହଁଚି ପାରିନଥିଲା  ।

Powered by Froala Editor