ଭୁବନେଶ୍ୱର:୧୦୫ ବିଧାନସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି କଂଗ୍ରେସ। ୧୫ ଲୋକସଭା ଓ ୧୦୫ ବିଧାନସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଛି। ବାମପନ୍ଥୀମାନଙ୍କୁ ୩ ଲୋକସଭା ଆସନ ଦିଆଯିବ। ଅଧିକ ମହିଳାଙ୍କୁ ସୁଯୋଗ ଦେବାକୁ ଏଆଇସିସିର ନିର୍ଦ୍ଦେଶ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆସନ୍ତା ୧୬ ତାରିଖରେ ପୁଣି ଥରେ ସ୍କ୍ରିନିଂ କମିଟି ବୈଠକ ବସିବ। ବୈଠକ ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଏହା ପରେ୧୭ ତାରିଖରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅପ୍ରେଲ ୧୧ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏଥିପାଇଁ ମାର୍ଚ୍ଚ ୧୮ରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ୧୭ ରେ ହିଁ ଦଳ ଟିକେଟ ଘୋଷଣା କରିବ ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି ।
