ବଡ ଖବର : ଜନସନ କରୋନା ଟିକାକୁ ମିଳିଲା ଅନୁମତି

ବଡ ଖବର : ଜନସନ କରୋନା ଟିକାକୁ ମିଳିଲା ଅନୁମତି

ଜାତୀୟ ଖବର

ଭୁବନେଶ୍ୱର : କରୋନା ସଂକ୍ରମଣର ତୃତୀୟ ଲହର ଆସୁଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି  । ପୂର୍ବରୁ କୋଭିସିଲଡ଼, କୋଭାକ୍ସିନ, ସ୍ପୁଟନିକ ଟିକାକୁ ଅନୁମତି ମିଳିଥିବାବେଳେ ଏବେ ଜନସନ ଆଣ୍ଡ ଜନସନର କରୋନା ଟିକାକୁ ଅନୁମତି ମିଳିଛି  । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏନେଇ ସୂଚନା ଦେଇଛନ୍ତି  ।

ସୂଚନାଯୋଗ୍ୟଯେ, ଜନସଜନ କମ୍ପାନୀ ଭାରତରେ ଏହାର ସିଙ୍ଗଲ ଡୋଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା  । ବାୟୋଲୋଜିକାଲ ଇ ଲିମିଟେଡ଼ ସହ ମିଶି ଜନସନ ଭାରତ ସମେତ ଅନେକ ଦେଶକୁ ସିଙ୍ଗଲ ଡୋଜ ଟିକା ପ୍ରଦାନ କରିବ  । ଏହାକୁ ଅନୁମତି ମିଳିବା ପରେ ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇପାରିବ  । ଏହାର ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ରିପୋର୍ଟ ଆଧାରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । 

ଏହାର ଗୋଟିଏ ଡୋଜ ଟିକା କରୋନା ବିରୋଧରେ ୮୫% ପ୍ରଭାବଶାଳୀ  । ଏହା କରୋନା ସଂକ୍ରମିତଙ୍କୁ ଗୁରୁତର ହେବାରୁ ରକ୍ଷା କରିଥାଏ  । ଟିକା ନେବାର ୨୮ ଦିନ ଭିତରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି  ।

Powered by Froala Editor