ସୁଖୀ ଦାମ୍ପତ୍ୟ ଜୀବନରେ ତୁଳସୀ ପତ୍ରର ମହତ୍ୱ ବିଷୟରେ ଜାଣନ୍ତୁ

ସୁଖୀ ଦାମ୍ପତ୍ୟ ଜୀବନରେ ତୁଳସୀ ପତ୍ରର ମହତ୍ୱ ବିଷୟରେ ଜାଣନ୍ତୁ

ବିଶେଷ ଖବର

ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ୫ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ। ପ୍ରତି ୨୪ ଘଣ୍ଟାରେ ଏହି ପତ୍ରକୁ କାଢି ପାଣିରେ ଭସାଇ ପୁଣି ନୂଆ ପତ୍ର ଆଣି ରଖନ୍ତୁ। ଏପରି ନିୟମିତ ୨୧ ଦିନ ଯାଏଁ କରିବା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇନଥାଏ ଓ ଭଲ ପାଇବା ବୃଦ୍ଧି ପାଇଥାଏ।

ତୁଳସୀର ୫ଟି ପତ୍ରକୁ ଏକ ଲାଲ କାଗଜରେ ଗୁଡ଼ାଇ ପୂଜାସ୍ଥାନରେ ରଖି ନିୟମିତ ପୂଜା କରନ୍ତୁ। ପୂଜା କରିବା ସମୟରେ ନିଜ ମନୋସ୍କାମନାକୁ କୁହନ୍ତୁ। କିଛି ଦିନ ଏପରି କରିବା ଯାଏଁ ଆପଣ ଏହାର ଶୁଭଫଳ ନିଜେ ଅନୁଭବ କରିବେ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷ ପତ୍ରକୁ ଏକାଦଶୀ, ରବିବାର ଓ ମଙ୍ଗଳବାର ଦିନ ତୋଳିବା ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ ଉତ୍ତର-ପୂର୍ବ ଦିଗ ଧନର ଦେବତା କୁବେରଙ୍କ ଦିଗ। ତେଣୁ ଗୃହରେ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଁ ତୁଳସୀଙ୍କୁ ଉତ୍ତର- ପୂର୍ବ ଦିଗରେ ଲଗାନ୍ତୁ।

ଆପଣଙ୍କ ଗୃହରେ ଯଦି ସର୍ବଦା ସମସ୍ୟା ଲାଗି ରହୁଥାଏ, ତେବେ ଘରର ଦକ୍ଷିଣ-ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାନ୍ତୁ। ଚନ୍ଦ୍ରଗ୍ରହଣ, ଏକାଦଶୀ ଓ ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ସୂର୍ୟ୍ୟାସ୍ତ ପରେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ।

ସକାଳୁ ସକାଳୁ ତୁଳସୀଙ୍କୁ ଦର୍ଶନ କରିବା ଶହେ ଗ୍ରାମ ସୁନା ଦାନ କରିବା ସହ ସମାନ ବୋଲି କୁହାଯାଇଛି। ଘର ଅଗଣାରେ ତୁଳସୀ ରହିଲେ କଲ୍ୟାଣକାରୀ, ଧନ ବୃଦ୍ଧି, ପୁତ୍ର ସୁଖ, ପୁଣ୍ୟଦାୟିନୀ ହୋଇଥାଏ ବୋଲି କୁହାଯାଏ। ତୁଳସୀ ପତ୍ରକୁ ନିୟମିତ ଖାଲି ପେଟରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ। ରକ୍ତ ସଫା ରହିବା ସହ କେଶ ଝଡ଼ିବା ବନ୍ଦ ହୋଇଥାଏ।

ଯଦି ତୁଳସୀ ବୃକ୍ଷ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହାକୁ ନିକଟରେ ଥିବା ନଦୀ କିମ୍ବା କୂଅରେ ବିସର୍ଜନ କରନ୍ତୁ। ତୁଳସୀ ବୃକ୍ଷ ନିକଟରେ ନିୟମିତ ସନ୍ଧ୍ୟା ସମୟରେ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ସର୍ବଦା ସୁଖ-ସମୃଦ୍ଧି ପ୍ରବେଶ କରିଥାଏ। ତୁଳସୀ ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରି ଥାଆନ୍ତି।

ହିନ୍ଦୁ ପରମ୍ପରାରେ ତୁଳସୀ ପୂଜାକୁ ସୁଖ ଓ କଲ୍ୟାଣର ପ୍ରତୀକ ବୋଲି କୁହାଯାଏ। ସ୍କନ୍ଦ ପୁରାଣ ଅନୁଯାୟୀ, ଯେଉଁ ଘରେ ତୁଳସୀ ବୃକ୍ଷ ଥାଏ, ସେଠାରେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ। ଭଗବାନ କୃଷ୍ଣଙ୍କ ଭୋଗରେ ଓ ସତ୍ୟନାରାୟଣ କଥା ଭୋଗରେ ତୁଳସୀ ପତ୍ର ପ୍ରୟୋଗ ନହେଲେ ଭୋଗ ଅସମ୍ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।

Powered by Froala Editor