ବଢ଼ୁଛି ନିଶାଡିଙ୍କ ସଂଖ୍ୟା, ୮ ମାସରେ ଜବତ ହେଲାଣି ୪ କୋଟି ୬୩ ଲକ୍ଷର ନିଶାଦ୍ରବ୍ୟ

ବଢ଼ୁଛି ନିଶାଡିଙ୍କ ସଂଖ୍ୟା, ୮ ମାସରେ ଜବତ ହେଲାଣି ୪ କୋଟି ୬୩ ଲକ୍ଷର ନିଶାଦ୍ରବ୍ୟ

ରାଜ୍ୟ ଖବର

କଟକ କମିସନରେଟ୍ ପୁଲିସ ଚଳିତ ବର୍ଷ କେବଳ ବ୍ରାଉନସୁଗାର ଓ ଗଞ୍ଜେଇ ମାମଲାରେ ମୋଟ ୩୯ ଜଣ ମାଫିଆଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୪ କୋଟି ୬୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ ହୋଇଛି । ଲାଲବାଗ ଥାନା ପୁଲିସର ମାମଲାକୁ ମିଶାଇ ମୋଟ ୪ କେଜି ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୪ କୋଟି ୨୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି କାରବାରରେ ପୁଲିସ ମୋଟ ୨୨ ଜଣଙ୍କୁ ଗିରଫ କରିଛି । ଜଗତପୁର ଥାନାରେ ସର୍ବାଧିକ ଦୁଇଟି ମାମଲା ହୋଇଥିବା ବେଳେ ବିଡାନାସୀ, ମର୍କତନଗର, କନ୍ଦରପୁର, ସିଡିଏ ଫେଜ୍-୨ ଓ ଲାଲବାଗ ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି । ସେହିଭଳି ଗଞ୍ଜେଇ ଚଳିତ ବର୍ଷ ୬୭୭ କେଜି ୨୭୫ ଗ୍ରାମ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏଭଳି ବେଆଇନ କାରବାର ମାମଲାରେ ପୁଲିସ ମୋଟ ୧୭ ଜଣଙ୍କୁ ଗିରଫ କରିସାରିଲାଣି । ଚାଉଳିଆଗଞ୍ଜ ଥାନା, ବିଡାନାସୀ, ଲାଲବାଗ ଥାନା ଦୁଇଟି ଲେଖାଏ ଗଞ୍ଜେଇ ମାମଲା କରିଥିବା ବେଳେ ସଦର, ମାଲଗୋଦାମ, ଜଗତପୁର ଗୋଟିଏ ଲେଖାଏ ମାମଲା କରିଛି ।

Powered by Froala Editor