ଫେବୃଆରୀରେ ପଂଚାୟତ ନିର୍ବାଚନ

ଫେବୃଆରୀରେ ପଂଚାୟତ ନିର୍ବାଚନ

ରାଜ୍ୟ ଖବର

ଭୁବନେଶ୍ୱର : ତିନି ବର୍ଷ ହେଲାଣି ପୌର ନିର୍ବାଚନ ହୋଇପାରୁନାହିଁ  । ପଂଚାୟତ ନିର୍ବାଚନ ପାଇଁ ବି ସରକାର ପ୍ରସ୍ତୁତ ନାହାନ୍ତି ବୋଲି ମଝିରେ ଚର୍ଚ୍ଚା ହେଉଥିଲା  । ଫଳରେ ପୌର ନିର୍ବାଚନ ଭଳି ପଂଚାୟତ ନିର୍ବାଚନକୁ ନେଇ  ବି ସଂଶୟ ପ୍ରକାଶ ପାଇଥିଲା  । କିନ୍ତୁ ଏବେ ପଂଚାୟତ ନିର୍ବାଚନ ପାଇଁ ସ୍ଥିତି ସ୍ପଷ୍ଟ ହେବାରେ ଲାଗିଛି  । ନିର୍ଦ୍ଧାରିତ ସମୟ ମଧ୍ୟରେ ପଂଚାୟତ ନିର୍ବାଚନ ହେବବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି  ।

ଗତଥର ଫେବୃଆରୀରେ ନିର୍ବାଚନ ହୋଇଥିଲା  । ଡିସେମ୍ବରରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା  । ତେଣୁ ୨୦୨୨ ଫେବୃଆରୀରେ ପଂଚାୟତ ନିର୍ବାଚନ ହେବବୋଲି ସ୍ପଷ୍ଟ ହୋଇଛି  । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିଯେ, ଠିକ ସମୟରେ ପଂଚାୟତ ନିର୍ବାଚନ କରାଯିବ  । ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ନିର୍ବାଚନ  କମିଶନଙ୍କୁ ଅବଗତ କରାଇବେ  । ଏହାଛଡ଼ା ପୌର ନିର୍ବାଚନ ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି  । ପୌର ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି  ।

ଅପରପକ୍ଷରେ ଶାସକ ବିଜୁ ଜନତା ଦଳ ମଧ୍ୟ ପଂଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି  । ବରିଷ୍ଠ ନେତାମାନେ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ସ୍ଥିତି ପରଖିଛନ୍ତି  । ସେହିପରି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରାଯାଇଥିବାବେଳେ ରୁଦ୍ଧଦ୍ୱାର ବୈଠକ ବି ଆରମ୍ଭ ହୋଇଯାଇଛି  ।

Powered by Froala Editor