ଭୁବନେଶ୍ୱର: ରାଜ୍ୟ ସରକାର ୪ ଜଣ ଓଏଏସ ଅଧିକାରୀଙ୍କର ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିସନର ରୋମାଞ୍ଚଳ ଖମାରିଙ୍କୁ ଓଏମସିର ଅନୁଗୁଳ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏବଂ ବୈତରଣୀ ୱେଷ୍ଟ କୋଲ ବ୍ଲକର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କନ୍ଧମାଳ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଅନୁଗୁଳ ସ୍ଥିତ ଓଏମସି କାର୍ଯ୍ୟାଳୟକୁ ସିଭିଓ ଭାବେ ବଦଳି ହୋଇଛି । ମାର୍ଶାଘାଇର ପୂର୍ବତନ ବିଡିଓ ଶ୍ରୀଧର ବିଶ୍ୱାଳଙ୍କୁ ଓଡ଼ିଶା ପ୍ରଶାସନିକ ଟି୍ରବୁ୍ୟନାଲର ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ପାରଳାଖେମୁଣ୍ଡିର ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କର କନ୍ଧମାଳ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।
Powered by Froala Editor
