ସାପର ବିଷ ଏତେ ବିଷାକ୍ତ ହୋଇଥାଏ କି ଯଦି କେଉଁ ମଣିଷକୁ କାମୁଡିଦିଏ ତେବେ ତା ଜୀବନ ସେହିଠାରେ ହିଁ ଶେଷ ହୋଇଯାଇଥାଏ । କିନ୍ତୁ ସାପ ଓ ନେଉଳ ଲଢେଇ ଆପଣ ତ ଦେଖିଥିବେ ଆପଣ କେବେ ଭାବିଛନ୍ତି କି ଯେଉଁ ସାପର ବିଷରେ ଲୋକେ ମୃତ୍ୟୁ ବରଣ କରିଥାନ୍ତି, ସେଠାରେ ନେଉଳ ସାପ ସହ ଲଢେଇ କରିଥାଏ । ସେମିତି ଜଣେ ଅନ୍ୟ ଜଣକୁ କାମୁଡିଥାନ୍ତି, କିନ୍ତୁ କାହାର କିଛି କ୍ଷତି ହୋଇନଥାଏ । ଆମେ ଜାଣିଛେ କି ସାପ ଓ ନେଉଳ ଜନ୍ମ ଜନ୍ମାନ୍ତର ଶତ୍ରୁ ଅଟନ୍ତି , ତାଙ୍କର ଲଢେଇ ସବୁ ବେଳେ ହୋଇଥାଏ ଓ ଏଥିରେ ଜିତ୍ କେବଳ ନେଉଳର ହିନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ସାପ ବିଷର ପ୍ରଭାବ ନେଉଳ ଉପରେ ପଡିନଥାଏ ? ଭାରତରେ ମିଳୁଥିବା ମାଟିଆ ନେଉଳ ଉପରେ ସାପର ବିଷ କୌଣସି ପ୍ରଭାବ ପକାଇନଥାଏ । ଯଦି ସାପ ଓ ନେଉଳର ଲଢେଇ ହୋଇଥାଏ ତେବେ ବହୁତଥର ସାପ ହିଁ ମରିଥାଏ । କାରଣ ନେଉଳ ଶରୀରରେ ଗୋଟେ ପ୍ରକାରର ଏସିଡ୍ ଲୋକ୍ଲିନ୍ ରିଫ୍ଲେକ୍ସ ହୋଇଥାଏ । ଯାହା ସାପ ବିଷରୁ ତାକୁ ରକ୍ଷା କରିଥାଏ । ଏହା ସହ ନେଉଳର ଡିଏନ୍ ଏ ଅଲଫା ଓ ବିଟା ବ୍ଲକ୍ସ ପ୍ରସ୍ତୁତ କରିଥାଏ । ଯାହା ବିଷର ରେସେପ୍ଟର୍ସ ସହ ବାନ୍ଧିବାରେ ସହାୟକ ହୋଇନଥାଏ । ସେଥିପାଇଁ ସାପ ବିଷ ନେଉଳ ଶରୀରରେ କୌଣସି ପ୍ରଭାବ ପକାଇନଥାଏ ।
