ଭୁବନେଶ୍ବର: ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଭ୍ୟାକ୍ସିନେସନରେ ବିଏମସି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭୁବନେଶ୍ୱରରେ ୨୦ ଲକ୍ଷ ଟୀକାକରଣ ଟାର୍ଗେଟ ପୂରଣ ହୋଇଛି । ଭୁବନେଶ୍ୱରରେ ଗୁରୁବାର ସୁଦ୍ଧା ମୋଟ ୨୦ ଲକ୍ଷ ୪ହଜାର ୬୨୮ ଡୋଜ ଟିକା ଦିଆଯାଇଛି ।
ସେଥି ମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ୮ ଲକ୍ଷ ୮୪ ହଜାର ୯୪୬ ଜଣ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି ।
Powered by Froala Editor
