ରାଜ୍ୟର ୯ଟି କେନ୍ଦ୍ରରେ ୧୫ ଶହ ଶିକ୍ଷକ ଦେଖୁଛନ୍ତି ମାଟ୍ରିକ ଖାତା

ରାଜ୍ୟର ୯ଟି କେନ୍ଦ୍ରରେ ୧୫ ଶହ ଶିକ୍ଷକ ଦେଖୁଛନ୍ତି ମାଟ୍ରିକ ଖାତା

ରାଜ୍ୟ ଖବର

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ଅଫଲାଇନ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ରାଜ୍ୟର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଭଳି ୭ଟି ଜିଲ୍ଲର ୯ଟି କେନ୍ଦ୍ରରେ ଉତ୍ତର ଖାତା ଦେଖାଚାଲିଛି । ଖାତା ଦେଖା ପାଇଁ ୧୫ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଶିକ୍ଷକ ଆଜି ଅନୁପସ୍ଥିତ ଥିଲେ । ତାଙ୍କ ସ୍ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ସ୍ପଟ ଶିକ୍ଷକଙ୍କୁ ଖାତା ଦେଖା ପାଇଁ ନିୟୋଜିତ କରାଯାଇଛି । ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ ତାରିଖ ସୁଦ୍ଧା ଏହାକୁ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପରୀକ୍ଷାଫଳ ଚଳିତମାସ ୨୨ ତାରିଖରେ ପ୍ରକାଶ କରିବାକୁ ବୋର୍ଡ ସ୍ଥିର କରିଥିବା ସୂଚନା ରହିଛି । ବୋର୍ଡ ପକ୍ଷରୁ ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ମାଟ୍ରିକ ଅଫଲାଇନ ପରୀକ୍ଷା ଶେଷ ହୋଇଥିଲା । ଏଥିପାଇଁ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।


Powered by Froala Editor