ଚୌଦ୍ୱାର: ଚୌଦ୍ୱାର ସର୍କଲ ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ବିବାହ କରିଛନ୍ତି ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଜଣେ ପୀଡ଼ିତା । ଅତିରିକ୍ତ ଜିଲ୍ଲା ଦୌରାଜଜ (ପୋକ୍ସୋ) କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଏହି ବିବାହ ଅନୁଷ୍ଠିତ ହୋଇଛି । ଜେଲରେ ୬ ମାସ ହେବ ଥିବା କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଯୁବକଙ୍କୁ ନିଶ୍ଚିନ୍ତକୋଇଲି ଅଞ୍ଚଳର ପୀଡ଼ିତା ବିବାହ କରିଛନ୍ତି । ବିବାହ ସମୟରେ ଉଭୟ ପକ୍ଷର ଲୋକେ ଉପସ୍ଥିତ ଥିଲେ । ଜେଲ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଦେଇଥିବା ସୂଚନା ଅନୁସାରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରେ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ବିବାହ ପାଇଁ ଆଉ ଧରାଛୁଅାଁ ଦେଇ ନଥିଲେ । ଫଳରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଯୁବକଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରେ ନିଜର ଭୁଲ ସ୍ୱୀକାର କରି ଯୁବକ ଜଣକ ଜେଲର ଉପରିସ୍ଥ ଅଧିକାରୀଙ୍କୁ ବିବାହ କରିବାକୁ ରାଜି ଥିବା କହିଥିଲେ ।
Powered by Froala Editor
