ରାଜ୍ୟ ଖାଉଟି କମିଶନରେ କେତେ ସଦସ୍ୟ ପଦ ଖାଲି ରହିଛି ଜାଣନ୍ତୁ?

ରାଜ୍ୟ ଖାଉଟି କମିଶନରେ କେତେ ସଦସ୍ୟ ପଦ ଖାଲି ରହିଛି ଜାଣନ୍ତୁ?

ଜାତୀୟ ଖବର

ନୂଆଦିଲ୍ଲୀ: ରାଜ୍ୟ ଖାଉଟି କମିଶନରେ ୪ଟି ସଦସ୍ୟ ପଦ ଖାଲିପଡ଼ିଛି । କେବଳ ରାଜ୍ୟ ଖାଉଟି କମିଶନରେ ନୁହେଁ, ଜିଲ୍ଲା ଖାଉଟି କମିଶନଗୁଡିକରେ ମଧ୍ୟ ୨୫ଟି ସଭାପତି ଓ ୨୩ ଟି ସଦସ୍ୟ ପଦ ଖାଲି ରହିଛି । ଏଥିସହିତ, ଜିଲ୍ଲା ଖାଉଟି କମିଶନଗୁଡିକରେ ଆଗାମୀ ଛଅ ମାସରେ ୧୯ଟି ସଦସ୍ୟ ପଦ ଖାଲି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ମଧ୍ୟରେ ଖାଲିଥିବା ପଦ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ତଥା ଜିଲ୍ଲା ଖାଉଟି କମିଶନମାନଙ୍କରେ ଖାଲି ପଡ଼ିଥିବା ପଦର ସଂଖ୍ୟା ସଂପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କୁ୍ୟରିଙ୍କ ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ସମ୍ପର୍କରେ ବିବରଣୀ ରହିଛି । ଆମିକସ କୁ୍ୟରିଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାଲି ପଡ଼ିଥିବା ୮୦୦ ପଦକୁ ଆଗାମୀ ୮ ସପ୍ତାହ ଅର୍ଥାତ ଦୁଇ ମାସ ମଧ୍ୟରେ ପୂରଣ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।

Powered by Froala Editor