କଂଗ୍ରେସରେ ଜାରି ରହିବ ପ୍ରଦୀପଙ୍କ ଜନସେବା

କଂଗ୍ରେସରେ ଜାରି ରହିବ ପ୍ରଦୀପଙ୍କ ଜନସେବା

ରାଜ୍ୟ ଖବର

ନବରଙ୍ଗପୁର: କଂଗ୍ରେସ କାର୍ୟ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେବେ କି ପ୍ରଦୀପ ମାଝୀ ? ହାତ ଛାଡି ଶଙ୍ଖ ଫୁଙ୍ଖିବେ କି ପ୍ରଦୀପ ! ଆଗକୁ ନବରଙ୍ଗପୁରରେ ଆୟୋଜିତ ହେବ ବିଜେଡି ସମାବେଶ। ଆଉ ଏହି ସମାବେଶରେ ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ହେଉଛି ଜୋରଦାର ଚର୍ଚ୍ଚା । କିନ୍ତୁ ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ପ୍ରଦୀପ । ପ୍ରଥମଥର ଏହି ତମାମ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ସେ ।

ଏହି ଚର୍ଚ୍ଚାକୁ ଗୁଜବ କହିବା ସହ ଖବରର ସତ୍ୟତା ନାହିଁ ବୋଲି  କହିଛନ୍ତି ପ୍ରଦୀପ । କଂଗ୍ରେସ ଦଳ ଛାଡିବା ଖବର ଭିତ୍ତିହୀନ ଅଟେ । ଏଥିରେ କୌଣସି ସତ୍ୟତା ନାହିଁ । ସେ ଦଳୀୟ ସଂଗଠନ ପାଇଁ କାମ କରୁଥିବା କହିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାକୁ ଲାଗି ପଡିଛନ୍ତି । ତେଣୁ ଏସବୁ ଚର୍ଚ୍ଚା ଭିତ୍ତିହୀନ ଓ ଗୁଜବ । ଆଗକୁ ବି ଜନସେବା ଜାରି ରଖିବି ବୋଲି କହିଛନ୍ତି ପ୍ରଦୀପ ।

Powered by Froala Editor