ଭୁବନେଶ୍ବର: ଆଜିଠାରୁ କ୍ଲାସରେ ବସି ପାଠ ପଢିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଛନ୍ତି ଛାତ୍ରଛାତ୍ରୀ । ମହାମାରୀ ସମୟରେ କୋଭିଡ କଟକଣା ମଧ୍ୟରେ ଖୋଲା ଯାଇଛି ସ୍କୁଲ। ମାସ୍କ ଓ ସାନିଟାଇଜ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ ମାନେ କ୍ଳାସରେ ବସିବେ।
ତେବେ ନବମ ଶ୍ରେଣୀ କ୍ଳାସ ସକାଳ ୯ ଟା ରୁ ୧୨ ଟା ୩୦ ପର୍ୟ୍ୟନ୍ତ ହେବ । ଦଶମ ଶ୍ରେଣୀ କ୍ଳାସ ୧୦ଟା ରୁ ମଧ୍ୟାହ୍ନ ଗୋଟାଏ ପର୍ୟ୍ୟନ୍ତ କ୍ଳାସ ଚାଲିବ । ତେବେ ଦଶମ ଓ ନବମ ଶ୍ରେଣୀ ପିଲାଙ୍କ ପାଇଁ ଅଲଗା ଅଲଗା କ୍ଳାସ ରୁମର ବ୍ୟବସ୍ଥା କରାଯାଇଛି । ଯେଉଁ ପିଲାମାନଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ଦେଖାଯିବ । ତେବେ ସେମାନଙ୍କୁ ଆଇସୋଲେସନରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି ।
Powered by Froala Editor
