ଭୁବନେଶ୍ୱର: ଅଲିମ୍ପିକ୍ସରେ ଇତିହାସ ରଚି ଆଜି ଓଡ଼ିଶା ଆସୁଥିବା ହକି ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଖାଇବା ବ୍ୟବସ୍ଥା ହୋଇଛି । ଖେଳାଳିମାନେ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସେମାନଙ୍କୁ ସିଧା ସଳଖ ହୋଟେଲ ନିଆଯିବ । ସେଠାରେ ସେମାନଙ୍କୁ ଫଳ ଜୁସ, ମିଲକ ସେକ, କର୍ଣ୍ଣଫେଲକ୍ସ ସହ ପରଟା, ଇଡଲି, ଉପମା, ବରା ଓ ଦୋସା ଆଦି ପରସା ଯିବ । ସେହିଭଳି ମଧ୍ୟାହ୍ନ ଭୋଜନରେ ଯେଉଁ ଖେଳାଳିମାନେ ନିରାମିଷ ଖାଇବେ ସେମାନଙ୍କ ପାଇଁ ସୁଫିଆନା ପନିର ଟିକା, କ୍ରିପସି କର୍ଣ୍ଣ କବାବ, ଡାଲ ଫ୍ରାଏ, ଚିଲି ମସରୁମ ପଲକ ଆଦି ଖାଦ୍ୟ ରହିଛି । ଏହା ସହିତ ଛେନାପୋଡ଼, ରସଗୁଲା, ଗୁଲାବ ଜାମୁନ ଓ ଆଇସକ୍ରିମ ଆଦିର ବ୍ୟବସ୍ଥା ବି କରାଯାଇଛି । ଯେଉଁ ଖେଳାଳିମାନେ ଆମିଷ ଖାଇବେ ସେମାନଙ୍କ ପାଇଁ ମଟନ ଦମ ବିରିୟାନି, ମଟନ କୁରମା, ବଟର ଚିକେନ ଓ ଫିସ ଫିଙ୍ଗର ଆଦି ରହିଛି । ନିରାମିଷ ଖାଉଥିବା ଖେଳାଳିମାନଙ୍କ ପାଇଁ ରାତ୍ରି ଭୋଜନରେ ପନିର ପଞ୍ଜାବ ମସାଲା, ଚିଲି ଗାର୍ଲିକ ନୁଡୁଲ, ମେଥି ମଲାଇ ମଟର, ଡାଲ ମଖନୀ ଓ ମସରୁମ ବେବି କର୍ଣ୍ଣ ରହିଛି । ମଟନ କଷା ସହିତ ଚକୁଳି, ଚିଲି ପ୍ରନ ଓ ଫିସ ହଟ ଗାର୍ଲିକ ସସ ଆଦି ଆମିଷ ଖାଉଥିବା ଖେଳାଳିଙ୍କ ପାଇଁ ପ୍ରସ୍ତୁତ କରାଯିବ । ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ରାତ୍ର ଭୋଜନ କରିବାର ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କୁ ଏସବୁ ସୁସ୍ୱାଦୁ ବ୍ୟଞ୍ଜନ ପରସାଯିବ ।
Powered by Froala Editor
