ଦିନକୁ ଦିନ କରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକମଣ ହାର କମୁଥିବା ବେଳେ କରୋନା ଜନିତ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଏହି ପ୍ରାଣଘାତୀ କରୋନା ୬୮ଟି ମୁଣ୍ଡ ନେଇଛି । ଏହାକୁ ମିଶାଇ ରଜ୍ୟରେ ମୃତୁ୍ୟ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ରାଜ୍ୟରେ ମୋଟ ୧୭୧୩୯୨୪୦ଟି ସାମ୍ପୁଲ ଟେଷ୍ଟ ହୋଇଛି ଓ ବର୍ତ୍ତମାନ ସୁଦ୍ଧା ୯୯୬୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୬୭୨ଟି ଆକ୍ଟିଭ କେସ୍ ରହିଛି ଓ ୯୭୯୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor
