ସୋସିଆଲ ମିଡିଆ ସଂସ୍ଥା ଫେସବୁକ ତାଲିବାନକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ସହ ଏହାକୁ ବ୍ୟାନ କରିଛି । ଡେଞ୍ଜର୍ସ ଅର୍ଗାନାଇଜେସନ ପଲିସିଜ ନୀତି ଆଧାରରେ ଏଭଳି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ସଂଗଠନ ସହ ଜଡ଼ିତ କୌଣସି ପ୍ରସଙ୍ଗ ଫେସବୁକରେ ଆସିପାରିବ ନାହିଁ । ଯଦି ଆସିବ ତେବେ ତାକୁ ତୁରନ୍ତ ହଟାଯିବ । ନିୟମିତ ଭାବେ ତାଲିବାନ ଲିଙ୍କର ପରିଚାଳନା କରାଯିବ । ସେଥିପାଇଁ କମ୍ପାନୀ ଆଫଗାନିସ୍ତାନର କିଛି ବିଶେଷଜ୍ଞଙ୍କୁ ନିଯୁକ୍ତ କରିଛି । କମ୍ପାନୀ କହିଛି ଯେ ଆମେରିକୀୟ ଆଇନରେ ତାଲିବାନକୁ ନିଷିଦ୍ଧ କରାଯାଇଛି । ତେଣୁ ଆମେ ବି ଏହି ସଂଗଠନକୁ ନିଷିଦ୍ଧ କରିଛୁ । ସୂଚନା ଅନୁସାରେ ତାଲିବାନ ଆତଙ୍କବାଦୀମାନେ ହ୍ୱାଟସଆପ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି । ତେବେ ଫେସବୁକ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।
Powered by Froala Editor
