ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଣିକି ୟୁଟୁ୍ୟବ ଜରିଆରେ ପଢ଼ାଯିବ । ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସଫଳ ହେବା ପରେ ଏଭଳି ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସରକାରୀ କନିଷ୍ଠ ମହାବିଦ୍ୟାଳୟକୁ ଇ-ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । +୨ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ୟୁଟୁ୍ୟବ ଜରିଆରେ ପାଠ ପଢ଼ାଯିବ । ଧାର୍ଯ୍ୟ ସମୟରେ ପଢ଼ି ନ ପାରିଲେ ବିଦ୍ୟାର୍ଥୀ ପରବର୍ତ୍ତୀ ସମୟରେ ଏହାର ସୁଫଳ ପାଇପାରିବେ । କରୋନା କାଳରେ ଡିଜିଟାଲ ଭିତ୍ତିଭୂମି ଦୁର୍ବଳ ଥିବାରୁ ପାଠପଢ଼ାରେ ବହୁ ଅସୁବିଧା ଦେଖା ଦେଇଥିଲା । ଏବେ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ ପାଇଁ ଗୁରୁତ୍ୱ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସରକାରୀ କନିଷ୍ଠ ମହାବିଦ୍ୟାଳୟର ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।
Powered by Froala Editor
